କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ନବ ନିର୍ବାଚିତ କର୍ମକର୍ତାଙ୍କୁ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡାଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ବିଧାୟକ ଶଶିଭୂଷଣ ବେହେରା, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ଧ୍ରୁବ ଚରଣ ସାହୁ, ସାବିତ୍ରୀ ଅଗ୍ରୱାଲା ଓ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଜିଲ୍ଲା ଓକିଲ ସଙ୍ଘର ସଭାପତି ଆଶୁତୋଷ ମହାନ୍ତି, ଉପସଭାପତି ଜୀତେନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ସେକ ଅଜିମୁଦ୍ଦିନ, ସହସମ୍ପାଦକ ଅକ୍ଷୟ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ନିରାକାର ପ୍ରଧାନ, ଯୁଗ୍ମସମ୍ପାଦକ ତଥା ଲାଇବ୍ରେରୀଆନ ସୁଧାଂଶୁ ଭୂଷଣ ମହାପାତ୍ର, କାର୍ଯ୍ୟକାରୀ କମିଟି ସଭ୍ୟ ସୁବାଷ ରାଉତ ଓ ସୈାଦାମିନି ଜେନା ପ୍ରମୁଖଙ୍କୁ ଉତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ନବ ନିର୍ବାଚିତ କର୍ମକର୍ତ୍ତାମାନେ ଏହି ଅବସରରେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ କେତେକ ଦାବି ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବି ଭୀମସେନ ଭୂୟାଁ, ଗଗନବିହାରୀ ଜେନା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ରଞ୍ଜନ କୁମାର ପଣ୍ଡା, ନିହାର ମହାପାତ୍ର, ସ୍ମୃତି ରଂଜନ ସିଂ, ମାନସରଞ୍ଜନ ଧଳ, ଅରୁଣ ପ୍ରସାଦ ଦାସ, ଇତିହାସ ଲେଙ୍କା, ଦେବଦାସ ମହାନ୍ତି, ନିରଞ୍ଜନ ବଳ, ବ୍ରଜସୁନ୍ଦର ରାଉତ, ସୁରେଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ