କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ପାଇଁ ୧୮ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆସନ୍ତା ୨୫ତାରିଖରେ ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସରେ ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତି ସଭାପତି ପଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରଥିବା ଜଣାପଡିଛି । ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ପତ୍ରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ପାଇଁ ୭ଟି ପଦ ନିମନ୍ତେ ମୋଟ ୧୮ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସଭାପତି ପଦ ନିମନ୍ତେ ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ସମେତ ଗୈାର ପ୍ରସାଦ ମହାପାତ୍ର, ନିରଞ୍ଜନ ଗୋଛାୟତ ଓ ପ୍ରଦିପ କୁମାର ଦାଶ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଉପସଭାପତି ପଦ ନିମନ୍ତେ ହାଡିବନ୍ଧୁ ସିଂହ ଓ ପ୍ରଭାତ କୁମାର ପ୍ରଧାନ, ସମ୍ପାଦକ ପଦ ନିମନ୍ତେ ଧନୁର୍ଦ୍ଧର ନାୟକ ଓ ମନୋଜ କୁମାର ସାହୁ, ଯୁଗ୍ମସମ୍ପାଦକ ପଦ ନିମନ୍ତେ ପ୍ରତାପ ଚନ୍ଦ୍ର ଦାସ ଓ ସୁଧିର କୁମାର ପରିଡା, ଅତିରିକ୍ତ ଯୁଗ୍ମ ସମ୍ପାଦକ ପଦ ନିମନ୍ତେ ପବିତ୍ର କୁମାର ପରିଡା ଓ ସମରକେଶରୀ ମହାପାତ୍ର, କୋଷାଧ୍ୟକ୍ଷ ପଦରେ ଦୟାଶଙ୍କର ଦ୍ୱିବେଦୀ ଓ ତାରିଣୀ କୁମାର ପାଟ୍ଟଯୋଶୀ ଏବଂ କାର୍ଯ୍ୟକାରୀ କମିଟି ସଭ୍ୟ (ପୁରୁଷ) ପଦ ନିମନ୍ତେ ଅନନ୍ତ କୁମାର ପାତ୍ର ଓ ମାନସରଞ୍ଜନ ଶତପଥୀ, କାର୍ଯ୍ୟକାରୀ କମିଟି ସଭ୍ୟ(ମହିଳା) ପଦ ନିମନ୍ତେ ଅଞ୍ଜନା ମହାନ୍ତି ଓ ମମତାମୟୀ ସାମଲ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିର୍ବାଚନ ଅଧିକାରୀ ଶ୍ରୀ ପତ୍ରୀଙ୍କୁ ନିର୍ବାଚନ ପରିଚାଳନାରେ ସହାୟତା ପ୍ରଦାନ କରିବାକୁ ସହକାରୀ ନିର୍ବାଚନ ଅଧିକାରୀ ଭାବେ କାର୍ତ୍ତିକ ଚନ୍ଦ୍ର ତିପାଠୀ, ଦିଲ୍ଲିପ ମହାନ୍ତି, ଶାରଦା ନାୟକ, ଗଗନ ଖଟୁଆ, ଜ୍ଞାନେନ୍ଦ୍ର ପାଣି ଓ ରମାକାନ୍ତ କାନୁନଗୋ ପ୍ରମୁଖଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।