କେନ୍ଦ୍ରାପଡା ଜିଲ୍ଲା ଓଡିଶା ମୋ ପରିବାର ପକ୍ଷରୁ ଜେଇ ମେନ ପରୀକ୍ଷାର୍ଥୀଙ୍କୁ ଶୁଭେଛା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାରୁ ଜେଇ ମେନ ପରୀକ୍ଷା ଦେବା ପାଇଁ ୨ଟି ବସ ଯୋଗେ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକମାନେ ଗୁରୁବାର ସକାଳ ୯ଟା ସମୟରେ ସହରର ତିନିମୁହାଣି ଛକରୁ କଟକ ଓ ଭୂବନେଶ୍ୱରର ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯାତ୍ରା ଆରମ୍ଭ କରିଥିଲେ । ସେଠାରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଉପସ୍ଥିତ ରହି ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକମାନଙ୍କୁ କୋଭିଡ-୧୯ ସମ୍ପର୍କରେ ସଚେତନ କରିବା ସହିତ ସେମାନଙ୍କୁ ମାସ୍କ,ସାନିଟାଇଜର,ଶୁଖିଲା ଖାଦ୍ୟ ଓ ପିଇବା ପାଣି ବୋତଲ ପ୍ରଦାନକରି ଶୁଭେଛା ଜଣାଇଥିଲେ । ଏଥିସହିତ ବିଧାୟକ ଶ୍ରୀ ବେହେରା ପତାକା ଦେଖାଇ ବସଯାତ୍ରାର ଶୁଭାରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ବସରେ ଜେଇ ମେନ ପରୀକ୍ଷା ଦେବାକୁ ଯାଉଥିବା ସମସ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ପାଇଁ ରହିବା, ଖାଇବାଏବଂ ପରୀକ୍ଷା କେନ୍ଦ୍ରକୁ ଯାତାୟତର ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ,ଆଂଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ,ପଟ୍ଟାମୁଣ୍ଡାଇ ଆଇ.ଟି.ଆଇ.ର ଅଧ୍ୟକ୍ଷ ନିହାର ରଞ୍ଜନ ପଟ୍ଟନାୟକ,ଓଡିଶା ମୋ ପରିବାର କେନ୍ଦ୍ରାପଡା ଜିଲ୍ଲାର ପରିଚାଳକ ହିରଣ୍ୟ କୁମାର ପଣ୍ଡା, ସଂଯୋଜକ କାଳି ପ୍ରସାଦ ମିଶ୍ର, ରାଜେଶ ଦାସ, ନଗର ବିଜେଡି ସଭାପତି ଯଯାତିକେଶରୀ ମହାନ୍ତି, ରଞ୍ଜିତ କୁମାର ସାହୁ, ରାଜେଶ ପଣ୍ଡା, ମଙ୍ଗଳବରଣ ସିଂ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ରେବତୀରମଣ ଦାସ, ଉମେଶ ନାୟକ, କିଶୋର ମହାରଣା, ରଞ୍ଜନ ସାହୁ , ବିଜୟ କୁମାର ମଣ୍ଡଳ ଓ ଶିବ ପ୍ରସାଦ ବଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ