କେନ୍ଦ୍ରାପଡା ଜିଲ୍ଲା ଓଷ୍ଟା ପକ୍ଷରୁ ରିଲିଫ ବଣ୍ଟନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଓଷ୍ଟା ପକ୍ଷରୁ ଜିଲ୍ଲାର ବନ୍ୟା ପ୍ରପିଡିତ ଗରଦପୁର ବ୍ଲକର ବଙ୍ଗାଳପୁର ପଞ୍ଚାୟତର ଶିଶୁଆ ଗ୍ରାମ, ମାର୍ଶାଘାଇ ବ୍ଲକର ରାଘବପୁର ପଞ୍ଚାୟତର ମାଣ୍ଡିଆକୁଦ ଗ୍ରାମ ଏବଂ ମହାକାଳପଡା ବ୍ଲକର ପାଟଳିପଙ୍କ ପଞ୍ଚାୟତର କୋଦାକଣ ଗ୍ରାମ ଓ ଅମେଇପାଳ ପଞ୍ଚାୟତର ଅମେଇପାଳ ଗ୍ରାମର ଅସହାୟ ଲୋକମାନଙ୍କୁ ଚୁଡା, ଚିନି, ବିସ୍କୁଟ, ଦିଆସିଲି ପ୍ରଭୃତି ସାମଗ୍ରୀ ପ୍ରଦାନ କରାଯାଇଛି । ଜିଲ୍ଲା ସମ୍ପାଦକ ନିର୍ମଳ କୁମାର ନାୟକଙ୍କ ନେତୃତ୍ୱରେ ରାଜ୍ୟ ଓଷ୍ଟା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଣବ କୁମାର ଜେନା, ମାର୍ଶାଘାଇ ବ୍ଲକ ସମ୍ପାଦକ ଭଗବାନ ସାହୁ, ମହାକାଳପଡା ବ୍ଲକ ସମ୍ପାଦକ ଅଶୋକ କୁମାର ମହାପାତ୍ର, ଗରଦପୁର ବ୍ଲକ ସମ୍ପାଦକ ମଳୟ କୁମାର ପାଣି, ଜିଲ୍ଲା ଓଷ୍ଟା ଉପସଭାପତି ଅଶୋକ କୁମାର ପରିଡାଙ୍କ ସମେତ ଶିକ୍ଷକନେତା ପ୍ରସନ୍ନ କୁମାର ପରିଡା, ବିଶ୍ୱଜିତ ଦାସ, ଶରତ ଚନ୍ଦ୍ର ସାମନ୍ତରାୟ, ଉମାକାନ୍ତ ଦାସ, ରାଘବପୁର ପଞ୍ଚାୟତ ସରପଞ୍ଚ ରମେଶ ଚନ୍ଦ୍ର ଲେଙ୍କା, ନିଗମ ହାଇସ୍କୁଲ ଅମେଇପାଳର ପ୍ରଧାନ ଶିକ୍ଷକ ମାନସ ମହାନ୍ତି ପ୍ରମୁଖ ଯୋଗଦେଇ ରିଲିଫ ବଣ୍ଟନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ