କେନ୍ଦ୍ରାପଡା ଜିଲ୍ଲା କରଣ ସମାଜ ପକ୍ଷରୁ ଚିତ୍ରଗୁପ୍ତ ପୁଜା ଅନୁଷ୍ଠିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା କରଣ ସମାଜ ପକ୍ଷରୁ ଚିତ୍ରଗୁପ୍ତଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପାହାଡପୁର ମଠ ପରିସରରେ କରଣ ଜାତିର କୁଳଗୁରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତଙ୍କ ପୂଜାର୍ଚ୍ଚନା ରୀତିନୀତି ଅନୁଯାଇ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କରଣ ସମାଜ ପକ୍ଷରୁ ପ୍ରତିଷ୍ଠାତା ସଭ୍ୟ ପ୍ରଦିପ କୁମାର ମହାନ୍ତି, ଡା.ରମାନାଥ ମହାନ୍ତି, ସଚିଦାନନ୍ଦ ଦାସ, କୈଳାସ ଚନ୍ଦ୍ର ମହାନ୍ତି, ରମେଶ ଚନ୍ଦ୍ର ଦାସ, ସୁଧାଂଶୁ ଶେଖର ରାୟ, ରାଜକିଶୋର ମହାନ୍ତି, ପ୍ରଫୁଲ୍ଲ କୁମାର ମହାନ୍ତି, ନିରଞ୍ଜନ ମହାନ୍ତି, ବସନ୍ତ କୁମାର ଦାସ, ରାଖାଲ ଚନ୍ଦ୍ର ମହାନ୍ତି, ଅକ୍ଷୟ କୁମାର ଦାସ, ଗୋଲକ ବିହାରୀ ଦାସ, ଶୈଳେନ୍ଦ୍ର ମହାନ୍ତି, ଦିଲ୍ଲିପ ମହାନ୍ତି, ମାତୃଦତ୍ତ ମହାନ୍ତି, ଜାନକିବଲ୍ଲଭ ମହାନ୍ତି, ବରଦା ପ୍ରସାଦ ମହାନ୍ତି, ନଳିନୀକାନ୍ତ ଦାସ ପ୍ରମୁଖ ଯୋଗଦେଇ କୂଳଗୁରୁ ଚିତ୍ରଗୁପ୍ତଙ୍କ ପୂଜାର୍ଚ୍ଚନା କରିଥିଲେ ।