କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର କର୍ମକର୍ତ୍ତାଙ୍କ ନାମ ଘୋଷଣା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ଏକ ବୈଠକ ସ୍ଥାନୀୟ ହୋଟେଲ ରିଭରଭ୍ୟୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ଜିଲ୍ଲା ସଭାପତି ଶରତ କୁମାର ବେହୁରା ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଜିଲ୍ଲା କର୍ମକର୍ତ୍ତାଙ୍କ ନାମ ଓ ପଦବୀ ରାଜ୍ୟ ସଙ୍ଘର ଅନୁମୋଦନ ପ୍ରାପ୍ତ ପତ୍ରାଙ୍କ ୨୦୨୩/୩୧ତା ୧୩.୧୦.୨୦୨୩ରିଖରେ ଅନୁମୋଦିତ ହୋଇଥିବାରୁ ବୈଠକରେ ସନ୍ତୋଷ ପ୍ରକାଶ ପାଇଥିଲା ଏବଂ ଏଥିପାଇଁ ରାଜ୍ୟ ମହାସଙ୍ଘକୁ କୃତଜ୍ଞତା ପ୍ରଦାନ କରାଯାଇଥିଲା । ସମସ୍ତ କର୍ମକର୍ତ୍ତାମାନଙ୍କୁ ସଂଗଠନର କାର୍ଯ୍ୟକାରୀ ସଭାପତି ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏଥିସହିତ ସମସ୍ତେ ନିଜ ନିଜର ପଦବୀର କାର୍ଯ୍ୟ ସୂଚାରୁରୂପେ ପରିଚାଳନା କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ଜିଲ୍ଲା ମହାସଙ୍ଘର ସଭାପତି ଭାବେ ଶରତ କୁମାର ବେହୁରା, କାର୍ଯ୍ୟକାରୀ ସଭାପତି ଗୋଲେଖ ଚନ୍ଦ୍ର ପଢିଆରୀ ଓ ସତ୍ୟନାରାୟଣ ଦାସ, ଉପସଭାପତି ତରୁଣରଞ୍ଜନ ପ୍ରଧାନ(ଡେରାବିଶ ବ୍ଲକ), ଭାଗିରଥୀ ଜେନା(କେନ୍ଦ୍ରାପଡା ବ୍ଲକ), ନରୋତ୍ତମ ପରିଡା(ଗରଦପୁର ବ୍ଲକ), ଶୁଭେନ୍ଦୁ ରାଉତ(ପଟ୍ଟାମୁଣ୍ଡାଇ ପୈାରାଞ୍ଚଳ), ଭୀମସେନ ସ୍ୱାଇଁ(ମାର୍ଶାଘାଇ ବ୍ଲକ), ଅମୁଲ୍ୟ କୁମାର ରାଉତ(ମହାକାଳପଡା ବ୍ଲକ), ସାଧାରଣ ସମ୍ପାଦକ ଭାବେ ସୁମନ୍ତ କୁମାର ରାଉତ, ସମ୍ପାଦକ ମଣ୍ଡଳୀ ଶାନ୍ତିସ୍ୱରୂପ ଭୂୟାଁ(ଡେରାବିଶ ବ୍ଲକ), ସରୋଜ ପରିଡା(ମହାକାଳପଡା ବ୍ଲକ), ବିପ୍ଳବ କୁମାର ସାମନ୍ତରାୟ(ରାଜନଗର ବ୍ଲକ), ଧୁନ କିଶୋର ନାୟକ(ମାର୍ଶାଘାଇ ବ୍ଲକ) ଓ ସର୍ବେଶ୍ୱର ଦାସ(ମାର୍ଶାଘାଇ ବ୍ଲକ)ଙ୍କ ନାମ ଘୋଷଣା କରାଯାଇଛି ।