କେନ୍ଦ୍ରାପଡା ଜିଲ୍ଲା ଟେନିସବଲ କ୍ରୀକେଟ ଆସୋସିସନ କର୍ମକର୍ତ୍ତା ନିର୍ବାଚନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଟେନିସବଲ କ୍ରୀକେଟ ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଟାଉନ ବଳରାମପୁରସ୍ଥିତ ଶ୍ରଦ୍ଧାଞ୍ଜଳି ପ୍ୟାଲେସରେ ଅନୁଷ୍ଠିତ ନିର୍ବାଚନରେ ଜିଲ୍ଲା ଟେନିସବଲ କ୍ରୀକେଟ ଆସୋସିଏସନର ସଭାପତି ଭାବେ ସମାଜସେବୀ ଇଂ ଭଗବାନ ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ଭାବେ ଦେବାଶିଷ ପ୍ରସାଦ ସିଂହ, ଉପସଭାପତି ଭାବେ ସତ୍ୟ ପ୍ରକାଶ ତ୍ରିପାଠୀ ଓ ଜିମି ମିଶ୍ର, ସାଧାରଣ ସମ୍ପାଦକ ଭାବେ ଜ୍ୟୋତିର୍ମୟ ଦାସ, ଯୁଗ୍ମ ସମ୍ପାଦକ ଭାବେ ଜ୍ୟୋତିରଞ୍ଜନ ଶତପଥୀ, ଉମାଶଙ୍କର ରାଉତ ଓ ସସ୍ମିତା ପଣ୍ଡା, କୋଷାଧ୍ୟକ୍ଷ ଭାବେ ରଞ୍ଜନ କୁମାର ସାହୁ, ବୈଷୟିକ ସଭ୍ୟଭାବେ ଡଃ. ହିମାଂଶୁ ଶେଖର ମହାନ୍ତି, ଛବି ପ୍ରସାଦ ମହାକୁଡ, ନିରଞ୍ଜନ ପତ୍ରୀ, ଅଫିସ ସହାୟକ ଭାବେ ବରଦାକାନ୍ତ ବରାଳ ଓ ନିରଞ୍ଜନ ମହାରଣା ପ୍ରମୁଖ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି । ଏହି ବୈଠକରେ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ଜିଲ୍ଲା କ୍ରୀକେଟ ଆସୋସିଏସନର ସାଧାରଣ ସମ୍ପାଦକ ଶୁଭାଶିଷ ସେନାପତି, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଟେନିସ କ୍ରୀକେଟ ଆସୋସିଏସନ ସଭ୍ୟ ନିଗମାନନ୍ଦ ସାହୁ, ଆଶିଷ ଦାସ, ମନୋଜ କୁମାର ସାହୁ, ଦେବେନ୍ଦ୍ର କୁମାର ସାହୁ, ଶରତ କୁମାର ପୃଷ୍ଟି, ଅକ୍ଷୟ କୁମାର ସେନାପତି, ଦେବେନ୍ଦ୍ର ରାଉତ, ଲକ୍ଷ୍ମୀପ୍ରୀୟା ମହାପାତ୍ର, ଗଗନବିହାରୀ ମହାନ୍ତି, ଜତୀନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ରାପଡା ଜିଲ୍ଲାରେ ଟେନିସ କ୍ରୀକେଟବଲର ପ୍ରଚାର ଓ ପ୍ରସାର ପାଇଁ ସମସ୍ତେ ସହଯୋଗ କରିବା ସହ ଆଗାମୀ ଦିନରେ ଜିଲ୍ଲା ପକ୍ଷରୁ ସବୁ ବିଭାଗରେ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗୀତାରେ ଭାଗନେବା ପାଇଁ ପ୍ରୟାସ ଜାରି ରଖିବା ସହ ଆସନ୍ତା ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ନିମନ୍ତେ ଆସନ୍ତା ୧୭ତାରିଖ ରବିବାର ଦିନ ସ୍ଥାନୀୟ ଗିରିଶ ଫିଲଡରେ ସିନିଅର ବିଭାଗର ବାଳକ ଓ ବାଳିକାମାନଙ୍କ ନିମନ୍ତେ କେନ୍ଦ୍ରାପଡା ଜିଲ୍ଲାରୁ ଖେଳାଳି ଚୟନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିନିମନ୍ତେ ଯେଉଁ ଖେଳାଳିମାନେ ଜିଲ୍ଲାରୁ ପ୍ରତିନିଧିତ୍ୱ କରିବାକୁ ଚାହାନ୍ତି ସେମାନେ ଆସନ୍ତା ରବିବାର ସକାଳ ୮ଟା ସମୟରେ ଗିରିଶ ଫିଲଡରେ ନିଜର ଆଧାର କାର୍ଡ, ଜନ୍ମ ପ୍ରମାଣପତ୍ର ଓ ୨ଟି ପାସପୋର୍ଟ ଫଟୋ ସହିତ ପହଁଚିବାକୁ ଆସୋସିଏସନ ପକ୍ଷରୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ