କେନ୍ଦ୍ରାପଡା ଜିଲ୍ଲା ବାଲିଯାତ୍ରା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା – କେନ୍ଦ୍ରାପଡା ଜିଲ୍ଲା ବାଲିଯାତ୍ରା ମହୋତ୍ସବ ନିମନ୍ତେ ରବିବାର ସ୍ଥାନୀୟ ଓଳାଶୁଣି ପୀଠରେ ଏକ ପ୍ରସ୍ତୁତି ବୈଠକ କମିଟି ସଭାପତି ତଥା ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ବାଲିଯାତ୍ରା ମହୋତ୍ସବ ମହାସମାରୋହରେ ପାଳିତ ହେବା ସହିତ ଏହା ୭ଦିନ ଧରି ଅନୁଷ୍ଠିତ ହେବାକୁ ନିଷ୍ପତି ଗ୍ରହଣ କରାଯିବା ସହ ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା । ପ୍ରଥମଦିନ ବୋଇତ ବନ୍ଦାଣ ଉତ୍ସବ ଠାରୁ ଆରମ୍ଭ କରି ସପ୍ତମ ଦିବସରେ ଉଦଯାପନୀ ଉତ୍ସବ ପର୍ଯ୍ୟନ୍ତ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ମଧ୍ୟ ଆଲୋଚନାଚକ୍ର, କବି ସମ୍ମିଳନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବା ନିମନ୍ତେ ନିଷ୍ପତି ଗ୍ରହଣ କରାଗଲା । ଏହିସବୁ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଅଭ୍ୟର୍ଥନା କମିଟି,ଶାନ୍ତିଶୃଙ୍ଖଳା ରକ୍ଷା କମିଟି,ଅର୍ଥ କମିଟି, ସାଂସ୍କୃତିକ କମିଟି,ସ୍ମରଣିକା କମିଟି ଭଳି ୫ଗୋଟି ଉପକମିଟି ଗଠନ କରାଯିବା ସହ ପ୍ରତ୍ୟେକ କମିଟିର ସଂଯୋଜକ ଭାବରେ ଜଣ ଜଣଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା । ଏହି ଉପକମିଟି ସମେତ କେନ୍ଦ୍ରାପଡା ଜିଲ୍ଲା ବାଲିଯାତ୍ରା ମହୋତ୍ସବ କାର୍ଯ୍ୟକାରୀ କମିଟି ପ୍ରତି ୭ଦିନରେ ଥରେବସି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ପରବର୍ତ୍ତୀ ନିଷ୍ପତି ଗ୍ରହଣ କରିବ । ବୈଠକରେ ସମ୍ପାଦକ ସଞ୍ଜୟ କୁମାର ଜେନା, ଧିରେନ୍ଦ୍ର କୁମାର ଦାସ, ଶୁଭାଂଶୁ କୁମାର ଦାସ, କାର୍ତ୍ତିକ ଚରଣ ନାୟକ, ବ୍ରଜସୁନ୍ଦର ରାଉତ, ଚୈାଧୁରୀ ସୁବାଷ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ସେଖ ଅଜିମୁଦ୍ଦିନ, ରମଣୀରଞ୍ଜନ ରାଉତରାୟ, ଗଗନବିହାରୀ ଜେନା, ଡଃ.ନାରାୟଣ ପ୍ରସାଦ ଜେନା, ପ୍ରଦୀପ କୁମାର ବିହାରି, ତ୍ରିଲୋଚନ ଦାସ, ଗୁଲନଗର ସରପଂଚ ପୀତବାସ ବେହେରା, ମୀର ସଫିକ, କୈଳାସ ଚନ୍ଦ୍ର ଗେରୁ,ଅଶୋକ କୁମାର ସାହୁ, କିଶୋର ପ୍ରଧାନ, ଜଗଦିଶ ପତି, ଅକ୍ଷୟପ୍ରିୟ ଦାସ, ରାମକୃଷ୍ଣ ଦାଶ,ମାନସରଞ୍ଜନ ଧଳ,ନିରଞ୍ଜନ ବଳ,ଶେଷଦେବ ଦାସ, ସତ୍ୟପ୍ରିୟ ଦାସ,ସତ୍ୟବ୍ରତ ସିଂ ପ୍ରମୁଖ ଶତାଧିକ ଲୋକ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ