କେନ୍ଦ୍ରାପଡା ଜିଲ୍ଲା ବାଲିଯାତ୍ରା ମହୋତ୍ସବର ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ବାଲିଯାତ୍ରା କମିଟି ପକ୍ଷରୁ ସ୍ଥାନୀୟ ବାଲିଯାତ୍ରା ପଡିଆ ନୂଆବସଷ୍ଟାଣ୍ଡ ସନ୍ନିକଟ ଗୋବରୀ ନଦୀପଠାରେ ପୁରାଣ ପ୍ରସିଦ୍ଧ କେନ୍ଦ୍ରାପଡା ଜିଲ୍ଲା ବାଲିଯାତ୍ରା ମହୋତ୍ସବ-୨୦୨୧ ପାଳନ ଉପଲକ୍ଷେ ବୁଧବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସମ୍ପାଦକ ସଂଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ବାଲିଯାତ୍ରା ମହୋତ୍ସବ ପାଳନ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଥିଲା । କୋଭିଡ-୧୯ ନିୟମ ଅନୁପାଳନ ପୂର୍ବକ ଉତ୍ସବ ପାଳନ କରାଯିବାକୁ ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ କମିଟି ଉପସଭାପତି ଧିରେନ୍ଦ୍ର କୁମାର ଦାସଙ୍କ ଦ୍ୱାରା ୨୦୧୯ର ଆୟବ୍ୟୟ ଉପସ୍ଥାପନ କରାଯାଇଥିଲା । କମିଟିର ଉପଦେଷ୍ଟା ଆଇନଜୀବୀ ରମଣୀ ରଂଜନ ରାଉତରାୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟି କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ଉପଦେଷ୍ଟା ଶ୍ରୀଧର କୁମାର ମହାନ୍ତି, ଅକ୍ଷୟ ପ୍ରିୟ ଦାସ, ସତ୍ୟବ୍ରତ ସିଂ, ସାମ୍ବାଦିକ ମହେଶ ପାଢୀ, ଲକ୍ଷ୍ମୀକାନ୍ତ ନାୟକ, ପ୍ରଫୁଲ୍ଲ ସାହୁ, ସେକ ଚନ୍ଦନ, ଦେବେନ୍ଦ୍ର ଦଳାଇ, ଜିତେନ୍ଦ୍ର ଗେରୁ, ଲକ୍ଷ୍ମୀଧର ରାଉଳ, କ୍ଷୀରୋଦ କୁମାର ଦାସ, ଆରିଫ ଖାନ, ସୋନି ଖାନ, ମଥୁରା ବେହେରା, ଦୁର୍ଯ୍ୟେଧନ ବେହେରା, ମସିଦ ଖାନ, ଚିନ୍ମୟ ଗେରୁ, ଭାଗିରଥୀ ଦାସ, ପଞ୍ଚାନନ ଦାସ, ସେକ ସୈାକତ ଖାନ, ଲୋକନାଥ ବାରିକ, କୈଳାସ ଚନ୍ଦ୍ର ଗେରୁ, ଦୁର୍ଯ୍ୟୋଧନ ଗେରୁ, ଅନାଦି ସେଠୀ, ବିବେକାନନ୍ଦ ସାହୁ, ସଂଜୟ କୁମାର ଦାସ, ଟୁଟୁ ଗେରୁ, ଦୀପକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପୀତବାସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


