କେନ୍ଦ୍ରାପଡା ଜିଲ୍ଲା ଭକ୍ତ ସମିତି ପକ୍ଷରୁ ସ୍ମୃତିଚାରଣ ସଭା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ଜିଲ୍ଲା ଆଶ୍ରମ ପରିସରରେ ଜିଲ୍ଲା ଭକ୍ତ ସମିତି ପକ୍ଷରୁ ଏକ ସ୍ମୃତି ଚାରଣ ସଭା ସେବକ ଅଭୟ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଭକ୍ତ ସମିତିର ଜଣେ ବରିଷ୍ଠ ସଦସ୍ୟ ତଥା ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ସେବକ କହ୍ନେଇ ଚରଣ ପରିଡାଙ୍କ ବିୟୋଗରେ ପ୍ରଥମେ ୨ମିନିଟ ନୀରବ ପ୍ରାର୍ଥନା କରାଯିବା ପରେ ଗୁରୁଭାଇ ଓ ଭଉଣୀମାନେ ସୂର୍ଗତ ପରିଡାଙ୍କ ଗୁଣାବଳୀ ବର୍ଣ୍ଣନା କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସ୍ମୃତିଚାରଣ ସଭାରେ ଜିଲ୍ଲା ସଭାପତି କ୍ଷୀରୋଦ କୁମାର ନାଥ, ସମ୍ପାଦକ ରବୀନ୍ଦ୍ର ନାଥ ଦାସ, ପ୍ରଶାନ୍ତ ନାୟକ, ଏକାଦଶୀ ନାୟକ, ରାମଚନ୍ଦ୍ର ରାଉତ, ମଧୁସୁଦନ ମୁଦୁଲି, ଅଲେଖ ଚନ୍ଦ୍ର ମହାନ୍ତି, ସରୋଜକାନ୍ତ ଜେନା, ଅକ୍ଷୟ ନାୟକ, ଉମେଶ ଭଦ୍ର, ମୋହନ ଓଝା, ଅରକ୍ଷିତ ସାହୁ, ପ୍ରଶାନ୍ତ ମିଶ୍ର, ବସନ୍ତ ଦାସ, କୃଷ୍ଣଚନ୍ଦ୍ର ନାଥ, ଉଦ୍ଧବ ରାଉତ, ଅନ୍ନପୂର୍ଣ୍ଣା ରାଉତ, ମାଳତୀ ସାହୁ, ଅଶୋକ ନାୟକ, ସୂର୍ଯ୍ୟମଣୀ ନାଥ, ଅର୍ଜ୍ଜୁନ ରାଉତ, ବଟକୃଷ୍ଣ ରାଉତ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ