କେନ୍ଦ୍ରାପଡା ଜିଲ୍ଲା “ଭୂମି ସମ୍ମାନ”ରେ ପୁରସ୍କୃତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଲ୍ୟାଣ୍ଡ ରେକର୍ଡସର ସମ୍ପୂର୍ଣ୍ଣ ଡିଜିଟାଲାଇଜେସନରେ ଉଲ୍ଲେଖନୀୟ ସଫଳତା ହାସଲ କରି କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ(ଲ୍ୟାଣ୍ଡ ରିସୋର୍ସେସ) ଦ୍ୱାରା “ଭୂମି ସମ୍ମାନ-୨୦୨୩” ଭାବରେ ପୁରସ୍କୃତ ହୋଇଛି । ନୂଆ ଦିଲ୍ଲୀ ବିଜ୍ଞାନ ଭବନ ଠାରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ପୁରସ୍କାର ଗ୍ରହଣ କରିବା ସମୟରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ଓ ଉପଜିଲ୍ଲାପାଳ ନିରଞ୍ଜନ ବେହେରା ସେଠାରେ ଉପସ୍ଥିତ ଥିଲେ । ସାରା ଭାରତ ବର୍ଷର ୬୮ଟି ଜିଲ୍ଲା ମଧ୍ୟରୁ ଓଡିଶାର ୧୯ଜିଲ୍ଲାକୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ତାହା ମଧ୍ୟରେ କେନ୍ଦ୍ରାପଡା ଅନ୍ୟତମ । କେନ୍ଦ୍ରାପଡା ଜିଲ୍ଲାର ପ୍ରତିନିଧି ହିସାବରେ ଏକ ତିନିଜଣିଆ ଟିମ ଉପସ୍ଥିତ ରହି ଏହି ସମ୍ମାନ ଗ୍ରହଣ କରିବା ହିଁ ଜିଲ୍ଲା ପ୍ରଶାସନ ତଥା ଆମ ଜିଲ୍ଲା ପାଇଁ ଗୌରବର ବିଷୟ । ଲ୍ୟାଣ୍ଡ ରେକର୍ଡସ ଗୁଡିକର ପଞ୍ଜିକରଣ ତଥା ଡିଜିଟାଲ କରଣ ଯୋଗୁ ଜମିଜମା ସମ୍ବନ୍ଧୀୟ ମକଦ୍ଦମା ହ୍ରାସ କରିବାରେ ସହାୟକ ହୋଇପାରିବ । ଗତ ୭୫ବର୍ଷରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶର ୬୮ଟି ଜିଲ୍ଲାପାଳମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଯୋଗଦାନ ପାଇଁ “ଭୂମି ସମ୍ମାନ-୨୩” ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ