କେନ୍ଦ୍ରାପଡା ଜିଲ୍ଲା ମାଟ୍ରିକ ଟପ୍ପର ମୋନାଶ୍ରୀଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଡେରାବିଶି ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ମାଟ୍ରିକ ଟପ୍ପର ମୋନାଶ୍ରୀ ବିଶ୍ୱାଳଙ୍କୁ ତାଙ୍କ ବାସଭବନରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଙ୍ଘ ପକ୍ଷରୁ ସଭାପତି ଆର୍ତ୍ତତ୍ରାଣ ପାତ୍ର ଓ ଅଭିମନ୍ୟୁ ସାହୁ ମୋନାଶ୍ରୀଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ନଗଦ ଅର୍ଥ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍ଘର ସଭ୍ୟ କ୍ଷୀରୋଦ ଚନ୍ଦ୍ର ସାମଲ, ଗୁରୁଚରଣ କବି, ନୀଳମଣି ବେହେରା, ଦିବାକର ନାୟକ, ଗୋଲକ ବିହାରୀ ସାହୁଙ୍କ ସମେତ ମୋନାଶ୍ରୀର ପିତାମାତା ପ୍ରମୁଖ ଉପସ୍ଥିତ ଥିଲେ । ମୋନାଶ୍ରୀକୁ ଆଶୀର୍ବାଦ ପ୍ରଦାନ ପୂର୍ବକ ତା’ର ସ୍ୱପ୍ନ ସାକାର ହେବାକୁ ସଙ୍ଘର କର୍ମକର୍ତ୍ତା ଓ ସଭ୍ୟମାନେ ଶୁଭକାମନା କରିଥିଲେ ।