କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮ ଡାକ୍ତର କରୋନା ଆକ୍ରାନ୍ତ ୩ ଦିନ ପାଇଁ ସଟଡାଉନ ଘୋଷଣା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବାରୁ ଚିକିତ୍ସାଳୟକୁ ୩ ଦିନ ଯାଏ ଜିଲ୍ଲାପାଳ ସଟଡାଉନ ଘୋଷଣା କରିଛନ୍ତି । ବିଭିନ୍ନ ବିଭାଗର ଡାକ୍ତର କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାର ଆଜି ଜଣା ପଡିଥିଲା । ଏହା ଜଣା ପଡିବା ପରେ ଉକ୍ତ ୱାର୍ଡ ଗୁଡିକୁ ସଟଡାଉନ ଘୋଷଣା କରାଯାଇଛି । କେବଳ ଜରୁରୀ କାଳୀନ ବିଭାଗ ଯଥା- ପ୍ରସୂତୀ ବିଭାଗ, ଭେଷଜ, ଥଣ୍ଡା, କାଶ ଜର ଇତ୍ୟାଦି ନିମନ୍ତେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଆଉଟଡୋର ଖୋଲା ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଡାକ୍ତରଖାନାରେ ପଜେଟିଭ ବାହାରିବା ପରେ ଅନ୍ୟ ରୋଗୀ ମାନଙ୍କମଧ୍ୟରେ ବାଳେଣୀ ପଡିଯାଇଛି ।