କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଡାକ୍ତରଙ୍କ ଅବହେଳାରୁ ରୋଗୀର ମୃତ୍ୟୁ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁନର୍ବାର ଡାକ୍ତରଙ୍କ ଅବହେଳାରୁ ଜଣେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଚାପା ଉତେଜନା ପ୍ରକାଶ ପାଇଥିଲା ଡାକ୍ତରଖାନାରେ । ଅଭିଯୋଗ ଅନୁଯାଇ ଡେରାବିଶି ବ୍ଲକ ଅନ୍ତର୍ଗତ ଅନୁଆପଡା ଗ୍ରାମର ସୁଲୋଚନା ରାଉତ ଗତ ସୋମବାର ନିଜର ଗୋଡ ମୋଡିହୋଇଯାଇଥିବା ଯୋଗୁଁ ସେହି ଗୋଡକୁ ଦେଖାଇବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । କିନ୍ତୁ ତାଙ୍କ ଚିକିତ୍ସାରେ ଡାକ୍ତରଙ୍କ ଅବହେଳା ଓ ଭୁଲ ଇଞ୍ଜେକସନ ଦେବା ଯୋଗୁଁ ସୁଲୋଚନାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଦୀର୍ଘ ୧୨ଘଂଟା ପର୍ଯ୍ୟନ୍ତ ସୁଲୋଚନାଙ୍କୁ ଦେଖିବାକୁ କୈାଣସି ଡାକ୍ତର ଆସିନଥିବା ମଧ୍ୟ ଅଭିଯୋଗ ହୋଇଛି । ମୃତ ସୁଲୋଚନାଙ୍କ ଶବ ଘରକୁ ନେବାକୁ ମହାପ୍ରୟାଣ ଗାଡି ୧୬ଶହ ଟଙ୍କା ଦାବି କରିବାରେ ପରିବାର ଲୋକ ଓ ପରେ କାନ୍ଧରେ ଶବ ନେବାକୁ ବାଧ୍ୟ ହୋଇଥିଲେ । ଏଭଳି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେବି ପ୍ରଶାସନ ଏସମ୍ପର୍କରେ କୈାଣସି ପଦକ୍ଷେପ ନନେବା ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ