କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ମିଳିତ କ୍ରୀୟାନୁଷ୍ଠାନ କମିଟି : ସମସ୍ତଙ୍କୁ ସାଥିରେ ନେଇ ଆନ୍ଦୋଳନ ପାଇଁ ପ୍ରସ୍ତୁତି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ମିଳିତ କ୍ରୀୟାନୁଷ୍ଠାନ କମିଟିର ଏକ ପ୍ରସ୍ତୁତି ବୈଠକ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କମିଟିର ଆବାହକ ରମଣିରଞ୍ଜନ ରାଉତରାୟ ପଦ୍ମଶ୍ରୀ ପ୍ରକାଶ ରାଓ, ଯୁବ ଇଞ୍ଜିନିଅର ଦେବେନ୍ଦ୍ର ପରିଡା ଓ ବ୍ୟାସକବି ଫକିର ମୋହନଙ୍କ ସ୍ମୃତି ଉଦେଶ୍ୟରେ ଏକ ଶୋକ ପ୍ରସ୍ତାବ ଆଗତ କରିବା ପରେ ସେମାନଙ୍କ ଉଦେଶ୍ୟରେ ନୀରବ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ବିଗତ କାର୍ଯ୍ୟକ୍ରମର ବିବରଣୀ ସହିତ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆସନ୍ତା ରବିବାର ୧୭ତାରିଖରେ ପଟ୍ଟାମୁଣ୍ଡାଇ ଠାରେ ଏକ ବୈଠକ ସହିତ ଆଗାମୀ ଜାନୁୟାରୀମାସ ୩୧ତାରିଖ ରବିବାର ସକାଳ ୧୦ଘଟିକା ସମୟରେ ଟାଉନହଲ ପରିସରରେ ଜିଲ୍ଲାର ସମସ୍ତ ସାଂସଦ, ବିଧାୟକ, ପୂର୍ବତନ ଜନପ୍ରତିନିଧି, ତ୍ରିସ୍ତରୀୟ ପଂଚାୟତ ପ୍ରତିନିଧି, ଶିକ୍ଷକ, ଦୋକାନୀ, ବ୍ୟବସାୟୀ ସଙ୍ଘ, ସାହିତ୍ୟିକ, ଆଇନଜୀବି, ସାମ୍ବାଦିକ, ଗାଡିଚାଳକ, ଗାଡିମାଲିକ, ମହିଳା, ଡାକ୍ତର, ଯୁବଛାତ୍ର ସମସ୍ତଙ୍କୁ ସାମିଲ କରି ଏକ ବୈଠକ ଅନୁଷ୍ଠିତ ହେବ । ସେହି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯାଇ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଆନ୍ଦୋଳନକୁ ଯୋରଦାର କରିବାର ନିଷ୍ପତ୍ତି ଗ୍ରହଣ କରାଯିବ । ଏହି ପ୍ରସ୍ତୁତି ବୈଠକରେ ଗୟାଧର ଧଳ, ବାବାଜୀ ଧଳ, ଫକିର ଚରଣ ଖଟୁଆ, ଗୈାରାଙ୍ଗ ବେହେରା, ଆଦିକନ୍ଦ ରାଉଳ, ପ୍ରଫେସର ଅଜୟ ସାମଲ, କରୁଣାକର ଦାସ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ପ୍ରଫୁଲ୍ଲ କୁମାର ଦାସ, ମହମ୍ମଦ ଆକବର ଅଲ୍ଲୀ, ସାମ୍ବାଦିକ ଆଶିଷ ସେନାପତି, ଚିତ୍ତରଞ୍ଜନ ଦାସ, ପରେଶ ଦାସ, ସାବିର ଖାନ, ଅମୀୟ ନାୟକ, ଗୋପାଳକୃଷ୍ଣ ଜେନା, ଶୁଭାଂଶୁ କୁମାର ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ