କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଜିଲ୍ଲା ଓଷ୍ଟାର ଧାରଣା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପାଦକ ନିର୍ମଳ କୁମାର ନାୟକଙ୍କ ନେତୃତ୍ୱରେ ହଜାର ହଜାର ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଧାରଣା ଦେଇଥିଲେ । ଶିକ୍ଷକ ମାନଙ୍କ ସେହି ଦାବି ଗୁଡିକ ମଧ୍ୟରେ ଅନୁଦାନରୁ ବଞ୍ଚିତ ଯୋଗ୍ୟ ବିବେଚିତ ସମସ୍ତ ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ,ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷିକା ଓ ଶିକ୍ଷାକର୍ମଚାରୀଙ୍କୁ ଚାକିରୀ ସର୍ତ୍ତାବଳୀ ସହ ପେନ୍‌ସନ୍ ପ୍ରଦାନ,୨୨୬ ଓ ୩୯୯ ବିଦ୍ୟାଳୟ ଗୁଡିକୁ ୭ମ ବେତନ କମିଶନ ହାରରେ ଦରମା ପ୍ରଦାନ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀ କରଣ କରାଯିବା, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କର ୬ ବର୍ଷର ଚୁକ୍ତି ଅବଧିକୁ ନିୟମିତ ଚାକିରୀରେ ଯୋଗ କରିବା ସହ ୬ଟି ନାସନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ କରିବା, ସମସ୍ତ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶୂନ୍ୟ ପଡିଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀ ପଦବୀ ପୂରଣ କରିବା, ଅବସର ସମୟ ସୀମା ୬୨ ବର୍ଷକୁ ବୃଦ୍ଧି କରିବା, ଆର୍‌.ଏ.ସି.ପି. ଲାଗୁ କରିବା କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ପାଳନ କରିବା, ୨୮୦୦, ୨୨୦୦,୧୯୦୦ ଗ୍ରେଡ୍‌ପେ ରେ ଥିବା ଅସଂଗତି ଦୂର କରିବା, ୪୮ ବର୍ଷରେ ପଦାର୍ପଣ କରି ସାରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ମାନଙ୍କୁ ଟି.ଜି ସ୍କେଲ ପ୍ରଦାନ କରିବା, ବି.ଏ.ବି.ପି.ଏଡ./ବି.ଏ.ସି.ପି.ଏଡ. ଯୋଗ୍ୟତା ଧାରୀ ଶିକ୍ଷକ ମାନଙ୍କୁ ଟି.ଜି ସ୍କେଲ ପ୍ରଦାନ, ଅନୁଦାନ ପାଉଥିବା ୨ୟ ଓ ୩ୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୩୭, ୩୮, ୪୬, ୬୩ ବିଦ୍ୟାଳୟ ଗୁଡିକର ଆଣ୍ଟିଡେଶନ କରିବା । ଏମ.ଏ. ପାସ କରିଥିବା ହିନ୍ଦୀ, ସଂସ୍କୃତ ଶିକ୍ଷକ ଓ ଆକାଉଣ୍ଟସ୍ ପାସ୍ କରିଥିବା ଅଫିସ ସହାୟକମାନଙ୍କୁ ଉନ୍ନତ ଦରମା ପ୍ରଦାନ କରିବା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ ପ୍ରଭୃତି ଦାବି ଗୁଡିକ ରହିଛି । ଜିଲ୍ଲା ସଭାପତି ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଧାରଣାରେ ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମହାପାତ୍ର, ତୈଲୋକ୍ୟନାଥ ସ୍ୱାଇଁ, ଅଧିକାରୀ ରାଧାକାନ୍ତ ଦାସ, ବିଜୟ କୁମାର ଦାସ, ତପନ କୁମାର ସିଂହ, ନାରାୟଣ ଚନ୍ଦ୍ର ମିଶ୍ର, ଗୋକୁଳି ଚରଣ ରାଉତ, ରବିନ୍ଦ୍ର କୁମାର ପରିଡା, ପଙ୍କଜ ବେହୁରା,ଅଶୋକ କୁମାର ପରିଡା, ଅଶୋକ କୁମାର ବିଶ୍ୱାଳ, ପ୍ରସନ୍ନ କୁମାର ପରିଡା, ରୀନାରାଣୀ ରାଉତ, ସରୋଜିନୀ ସ୍ୱାଇଁ, ଟିଟିକାନ୍ତ ନାୟକ, ରମେଶ ଚନ୍ଦ୍ର ସାହୁ, ତ୍ରୈଲୋକ ମିଶ୍ର, ନାରାୟଣ ଚନ୍ଦ୍ର ମନ୍ତ୍ରୀ, ଚିତ୍ତରଞ୍ଜନ କବି, ଗୋଲକ ବିହାରୀ ଭୂୟାଁ, ଦିଲ୍ଲୀପ କୁମାର ରାଉତ, ମହମ୍ମଦ ପଂଲାଜ ଆଲସ, ମୋଜାଫର ଖାନ ପ୍ରମୁଖ ଅଭିଭାଷଣ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ କୁମାର ଦାସ, ସୁଶାନ୍ତ କୁମାର କର, ବିଚିତ୍ର କୁମାର ସାହୁ, ବିଜୟ କୁମାର ଆଚାର୍ଯ୍ୟ, ସୟଦ କମର ଅଲ୍ଲୀ, ଅଲେଖ ଚନ୍ଦ୍ର ମହାନ୍ତି, ବାବାଜୀ ଚରଣ ଦାସ, ପ୍ରିୟବ୍ରତ ଦାସ, ଗଗନ ଦାସ, ଅରବିନ୍ଦ ନାୟକ, ମଳୟ କୁମାର ପାଣି, ଭଗବାନ ସାହୁ, ନାରାୟଣ ଚନ୍ଦ୍ର ପତ୍ରି, ରାଜକିଶୋର ନାୟକ, ସନ୍ତୋଷ କୁମାର ବରାଳ, ବିଭୁଜିତ ଦାସ ପ୍ରମୁଖ ୨୧ଦଫା ଦାବି ସମ୍ବନ୍ଧିତ ସ୍ମାରକ ପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନସଚିବ, ଶିକ୍ଷା ସଚିବ ଓ ଅର୍ଥ ସଚିବ ପ୍ରମୁଖଙ୍କୁ ପ୍ରଦାନ କରାଯାଇଅଛି । ଆଗାମୀ ଅଗଷ୍ଟ ୧୬ ତାରିଖଠାରୁ ୧୮ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅହୋରାତ୍ର ଧାରଣା ଭୁବନେଶ୍ୱର ଲୋୟର ପିଏସିଜିଠାରେ ୫୦ ହଜାର ଶିକ୍ଷକ, ଶିକ୍ଷିକାମାନଙ୍କୁ ନେଇ ଚାଲୁ ରହିବ ବୋଲି ରାଜ୍ୟ ସଂଘ ନିଷ୍ପତ୍ତି ନେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ