କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ୟୁନିଅନର ସାଧାରଣ ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ସାମ୍ବାଦିକ ୟୁନିଅନର ଶାଖା କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ୟୁନିଅନର ଏକ ସାଧାରଣ ବୈଠକ ସହରସ୍ଥିତ ପବ୍ଲିକରିଡିଂରୁମ ପରିସରରେ ସଭାପତି ପରେଶ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୟୁନିଅନର କାର୍ଯ୍ୟଧାରା ଓ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଶ୍ରୀ ଦାସ ସୂଚନା ଦେଇଥିବା ବେଳେ ଜାତୀୟ କାଉନସିଲ ସଦସ୍ୟ ଆଶିଷ ସେନାପତି, ଉପସଭାପତି ଅକ୍ଷୟ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଆବାହକ ପତିତପାବନ ଭଦ୍ର ପ୍ରମୁଖ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ଗଠନମୂଳକ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ସାଧାରଣ ସମ୍ପାଦକ ସ୍ନେହଜିତ ପଲାଇ ବାର୍ଷିକ ବିବରଣୀ ସହିତ ସଙ୍ଘ ଗଠନ ସମ୍ପର୍କରେ ସୂଚନା ଦେଇଥିଲେ । କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ବେବର୍ତ୍ତା ଅଜୟ ଦାସ, ଜ୍ୟୋତିର୍ମୟ ଜେନା, ଧିରେନ ମିଶ୍ର, କରୁଣାକର କର, ସଚ୍ଚିଦାନନ୍ଦ ବେହେରା, ଖୁର୍ସିଦ ଆଲମ ଖାନ, ପ୍ରମୋଦ ପ୍ରତାପ, ସୁକାନ୍ତ କୁମାର ଦାଶ, ସୁବାଷ ସାମଲ, କଳ୍ପତରୁ ସାମଲ ପ୍ରମୁଖ ସାମ୍ବାଦିକମାନଙ୍କ ତଥା ସଙ୍ଘର ସମୃଦ୍ଧି ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । କଲ୍ୟାଣ ପାଣ୍ଠିର ବିକାଶ, ଗୋପବନ୍ଧୁ ସ୍ୱାସ୍ଥ୍ୟବୀମାରେ ଥିବା ଅସମତି ଦୂର କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।ଏହି ଅବସରରେ ଆଗାମୀ ୨ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସର୍ବସମ୍ମତିକ୍ରମେ ପରେଶ ଚନ୍ଦ୍ର ଦାସ ସଭାପତି, ଅକ୍ଷୟ କୁମାର ସାହୁ ଉପସଭାପତି, ସ୍ନେହଜିତ ପଲେଇ ସାଧାରଣ ସମ୍ପାଦକ, ଜଗନ୍ନାଥ ଦାସ ସହସମ୍ପାଦକ, ଧିରେନ କୁମାର ମିଶ୍ର ସଂଗଠନ ସମ୍ପାଦକ, ପ୍ରମୋଦ କୁମାର ପ୍ରଧାନଙ୍କୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଥିଲା । ଆଶିଷ ସେନାପତିଙ୍କୁ ଜାତୀୟ ପରିଷଦ ସଦସ୍ୟ ଓ ଜ୍ୟୋତିର୍ମୟ ଜେନାଙ୍କୁ ରାଜ୍ୟ କାର୍ଯ୍ୟକାରିଣୀକୁ ପଠାଯିବା ପାଇଁ ପ୍ରସ୍ତାବ ଗୃହିତ ହୋଇଛି । ସେହିପରି ରବିନାରାୟଣ ପତି କେନ୍ଦ୍ରାପଡା ବ୍ଲକ, ପତିତପାବନ ଭଦ୍ର ପଟ୍ଟାମୁଣ୍ଡାଇ ବ୍ଲକ, ସୁବାଷ ସାମଲ ଗରଦପୁର ବ୍ଲକ, କରୁଣାକର କର ଡେରାବିଶ ବ୍ଲକ, ସୁକାନ୍ତ କୁମାର ଦାଶ ରାଜକନିକା ବ୍ଲକ, ଦୋଳଗୋବିନ୍ଦ ଜେନା ରାଜନଗର ବ୍ଲକ, ବିଜୟ କୁମାର ରାୟ ଆଳି ବ୍ଲକ, ଅଶୋକ କୁମାର ସ୍ୱାଇଁ ମହାକାଳପଡା ବ୍ଲକର ଆବାହକ ଭାବେ ମନୋନିତ କରାଯାଇଥିଲା । ଶେଷରେ ସାମ୍ବାଦିକ ସାବିର ଖାନ ଧନ୍ୟବାଦ ଅର୍ପଣ କରିଥିଲେ । ସାମ୍ବାଦିକ ଅମର ବିଶ୍ୱାଳ, ଅସିତ କୁମାର ପଣ୍ଡା, ନିଳାଦ୍ରୀଭୂଷଣ ତ୍ରିପାଠୀ, ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


