କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଆନ୍ତ ସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଜିଲ୍ଲା ସ୍ତରୀୟ ଆନ୍ତ ସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଜିଲ୍ଲା କ୍ରୀଡା ନିରୀକ୍ଷିକା ସ୍ମିତା ପ୍ରତିଭା ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡା ନଗରପାଳ ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କ୍ରୀଡା ପ୍ରତିଯୋଗୀମାନଙ୍କୁ ଉଦବୋଧନ ଦେଇ ଖେଳରେ ହାର୍‌ଜିତକୁ ଗୁରୁତ୍ୱ ନଦେଇ ଜଣେ ସଫଳ ପ୍ରତିଦ୍ୱନ୍ଦୀର ମନୋଭାବ ନେଇ ପ୍ରତ୍ୟେକ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଭବିଷ୍ୟତରେ ଆମ ଜିଲ୍ଲାର ଗୈାରବ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସମ୍ମାନୀତ ଅତିଥି ଭାବେ କାଉନସିଲର ସେକ ଅସଲମ,ଜିଲ୍ଲା କ୍ରୀଢା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା କ୍ରୀଡା ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ନିକେତନ ଜାଗୁଲେଇ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପିତବାସ ପଣ୍ଡା ଯୋଗଦେଇଥିଲେ । ଜିଲ୍ଲା କ୍ରୀଡା ନିରୀକ୍ଷିକା ସ୍ମିତା ପ୍ରତିଭା ସାହୁ ବିବରଣୀ ପାଠ କରିଥିଲେ । ବ୍ୟାସଦେବ ବେବର୍ତ୍ତା ଅତିଥି ପରିଚୟ , ବଗଡା ହାଇସ୍କୁଲର କ୍ରୀଡା ଶିକ୍ଷକ ଉମାକାନ୍ତ କର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସରକାରୀ ବାଳିକା ହାଇସ୍କୁଲର କ୍ରୀଡା ଶିକ୍ଷୟିତ୍ରୀ ସଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଆଳି ବ୍ଲକର ବାଳିକା ବିଭାଗ ଡେରାବିଶ ବ୍ଲକର ବାଳିକା ବିଭାଗକୁ ୭-୦ଗୋଲରେ ହରାଇ ବିଜୟୀ ହୋଇଥିବା ବେଳେ ଗରଦପୁର ବ୍ଲକ ବାଳକ ବିଭାଗ କେନ୍ଦ୍ରାପଡା ବ୍ଲକ ବାଳକ ବିଭାଗକୁ ୧-୦ ଗୋଲରେ ହରାଇ ବିଜୟୀ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ଉଭୟ ଆଳି ଓ ଗରଦପୁର ବ୍ଲକର ବୀଜୟୀ ଦଳକୁ ଚମ୍ପିୟନ ଟ୍ରଫି ପ୍ରଦାନ କରିଥିବା ବେଳେ ଡେରାବିଶ ଓ କେନ୍ଦ୍ରାପଡା ବ୍ଲକର ପରାଜିତ ଦଳକୁ ରନର୍ସଅପ ଟ୍ରଫି ପ୍ରଦାନ କରିଥିଲେ । ଗତ ୧୪ତାରିଖରୁ ଆରମ୍ଭ ହୋଇଥିବା ଏହି ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୯ଟି ବ୍ଲକ ଓ ୨ଟି ପୈାରାଞ୍ଚଳରୁ (୧୭ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ) ମୋଟ ୧୮ଟି ଦଳ ଅଂଶଗ୍ରହଣ କରିଥିଲେ । ଅତିଥିମାନେ ରେଫରୀ, କୋଚ, ମ୍ୟାନେଜର, କ୍ରୀଡାବୀତମାନଙ୍କୁ ଉପଢୈାକନ, ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କୁ ଗୋଟିଏ କରି ଫୁଟବଲ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ନାୟକ, ରାଜକିଶୋର ନାୟକ, ଗିରୀସ ଚନ୍ଦ୍ର ସ୍ୱାଇଁ, ପ୍ରଫୁଲ୍ଲ କୁମାର ପ୍ରଧାନ, ଶରତ କୁମାର ସାହୁ, ଚିତ୍ତରଞ୍ଜନ ମିଶ୍ର, ସରୋଜକାନ୍ତ ଜେନା, ବିଜୟଲକ୍ଷ୍ମୀ ସ୍ୱାଇଁ, ଶ୍ରଦ୍ଧାଞ୍ଜଳି ପ୍ରଧାନ, ପଙ୍କଜ କୁମାର ଦାସ, ଭାଗ୍ୟଧର ମହାରଣା, ପ୍ରକାଶ ଚନ୍ଦ୍ର ଦାସ, ଶିବ ପ୍ରସାଦ ବଳ, ବାନାମ୍ବର ଜେନା, ଜୁନିଅର ରେଡକ୍ରସର ନିରଞ୍ଜନ ବେହେରା, ମନୋଜ ଶତପଥୀ, କ୍ଷୀରୋଦ କୁମାର ରାଉଳ, ଦୁର୍ଗା ପ୍ରସାଦ ପରିଡା, ବିଶ୍ୱରଞ୍ଜନ ସେଠୀ, ଅରୁଣ କୁମାର ଧଳ ଏବଂ ବ୍ଲକ କ୍ରୀଡା ସମ୍ପାଦକ, କନଭେନର ଓ କର୍ମକର୍ତ୍ତାମାନେ । ଆଜିର ପ୍ରତିଯୋଗୀତାକୁ ରେଫରୀ ଭାବେ ଶଶାଙ୍କ ଶେଖର ସାହୁ, ସୁଶାନ୍ତ କୁମାର ମଲ୍ଲିକ, ଆସଲାମ ଖାନ, ରାକେଶ କୁମାର ଘଡାଇ, ରାକେଶଐ କୁମାର ଜେନା, ସୁଜାତା ମଲ୍ଲିକ ଓ ଶଶିରେଖା ପ୍ରମୁଖ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଥଲେଟିକ କୋଚ ସେକ ସୈାକତ ଖାନ ଓ ତାଙ୍କର ସହଯୋଗୀମାନେ ସହାୟତା ପ୍ରଦାନ କରିଥିଲେ । ଶେଷରେ ମୁଖ୍ୟ ଅତିଥି ନଗରପାଳ ଶ୍ରୀମତୀ ସାହୁଙ୍କ କରକମଳରେ କ୍ରୀଡା ପତାକାକୁ ଅବତରଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ