କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା ଉଦଯାପିିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା ଇଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି । କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟର ଇନସ୍ପାୟାର୍ଡ ଆୱାର୍ଡ ଯୋଜନାରେ ଇଛାପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁନି ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଶିକ୍ଷା, ସଂସ୍କୃତି, ଶାରିରୀକ ବିଜ୍ଞାନ ଉପରେ ଆଲୋକପାତ କରିଥିଲେ । ଏକ ସୁଦୃଢ ଓ ସୁସ୍ଥ ସମାଜ ଗଠନରେ ଶିକ୍ଷାୟତନର ଶିକ୍ଷକ ଓ ପରିବାରରେ ପିତାମାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପୁହାଣ ଯୋଗଦେଇ ନିଉଟନଙ୍କ ମାଧ୍ୟାକର୍ଷଣ ଥିଓରି ଓ ପଦାର୍ଥ ବିଜ୍ଞାନର କ୍ୱାଣ୍ଟମ ଥିଓରି ସମ୍ପର୍କରେ ଆଲୋକପାତ କରିଥିଲେ । କୁନି କୁନି ବୈଜ୍ଞାନିକମାନଙ୍କ ମଧ୍ୟରେ ଗବେଷଣା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରିଣୀ ମମତାରାଣୀ ପରିଡା, ଜଜାଙ୍ଗ କୃଷି ବିଜ୍ଞାନ କେନ୍ଦ୍ରର କନିଷ୍ଠ ବୈଜ୍ଞାନିକ ପ୍ରଭାତ କୁମାର ସାହୁ, କାଉନସିଲର ପୁଷ୍ପଲତା ବେହେରା କାଉନସିଲର କାଳି ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । । ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ ରଞ୍ଜନ ବାରିକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ନନ୍ତାରସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ହାଇସ୍କୁଲର ଶିକ୍ଷକ ଆଦିକନ୍ଦ ସାହୁ ବିଜ୍ଞାନ ଭିତ୍ତିକ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଶେଷରେ ଶିକ୍ଷକ ରଞ୍ଜନ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ-୨ ପ୍ରକାଶ କୁମାର ପରିଡା, ଜିଲ୍ଲା ବିଜ୍ଞାନ ସଂଗଠନର ସଂଯୋଜକ ପିତବାସ ପଣ୍ଡା, ଶିକ୍ଷକ ଶିବନାରାୟଣ ମହାନ୍ତି, ଭାଗୀରଥି ମହାନ୍ତି,ଶୁଭଦର୍ଶିନୀ ଦାସ, ଗଗନବିହାରୀ ସୁତାର, ରଞ୍ଜନ କୁମାର ସ୍ୱାଇଁ, ପ୍ରସନ୍ନ କୁମାର ପରିଡା, ଗୀତାଞ୍ଜଳି ସାମଲ, ମନୋଜ କୁମାର ଶତପଥୀ, ନିରଞ୍ଜନ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ