କେନ୍ଦ୍ରାପଡା ଡିଏଭି ସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଦୀର୍ଘ ଦେଢବର୍ଷ ପରେ ଅଷ୍ଟମ ଶ୍ରେଣୀର ପିଲାମାନେ ବିଦ୍ୟାଳୟକୁ ଫେରିଛନ୍ତି । ଯାହାକି ପିଲାମାନଙ୍କ ମଧ୍ୟରେ ଏକ ଉତ୍ସୁକତା ଆଣିଦେଇଛି । ଏହି ଅବସରରେ ସ୍ଥାନୀୟ ଗରାପୁରସ୍ଥିତ କେନ୍ଦ୍ରାପଡା ଡିଏଭି ସ୍କୁଲରେ ଦେଢବର୍ଷ ପରେ ସ୍କୁଲକୁ ଫେରିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍କୁଲର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ପୁଷ୍ପଗୁଛ ଓ ଚକଲେଟ ପ୍ରଦାନ କରି ସ୍ୱାଗତ କରିଛନ୍ତି । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଏହା ଆମମାନଙ୍କ ପାଇଁ ଏକ ଖୁସିର ଅବସର । ଦୀର୍ଘଦିନ ବ୍ୟବଧାନରେ ପିଲାମାନେ ବିଦ୍ୟାଳୟକୁ ଫେରିଛନ୍ତି । ଗୋଟିଏ ମା’ ତାର ହଜିଯାଇଥିବା ପୁଅ ବା ଝିଅକୁ ପାଇ ଯେଭଳି ଆନନ୍ଦିତ ହୁଏ ଠିକ ସେଭଳି ଆମେ ଆଜି ଆନନ୍ଦିତ ହୋଇଛୁ । ଶ୍ରେଣୀକକ୍ଷରେ ସାମାଜିକ ଦୂରତା ରକ୍ଷା ସହିତ ମାସ୍କର ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି । ପ୍ରଥମ ଦିବସରେ ୮୫ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଛନ୍ତି । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ମମତା ଲେଙ୍କା, ସୁପ୍ରିୟା ବେହେରା, ସୋନାଲି ରାଉତ ଓ ପ୍ରଣୟା ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ