କେନ୍ଦ୍ରାପଡା ଡିଏଭି ସ୍କୁଲରେ ବୃହତ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସ୍ଥାନୀୟ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ କେନ୍ଦ୍ରାପଡା ଡିଏଭି ସ୍କୁଲ ପକ୍ଷରୁ ଆସନ୍ତା ୭ତାରିଖ ଶନିବାର ସକାଳ ୯ଟାରେ ସ୍କୁଲ ପରିସରରେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ଶିବିର ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ । ଏଥିନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍କୁଲ ପରିସରରେ ଆଜି ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍କୁଲର ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ସମେତ ଅଭିଭାବକ ଓ ଶୁଭେଛୁମାନେ ଯୋଗଦେଇଥିଲେ । ବୈଠକରେ ରକ୍ତଦାନ ଶିବିରକୁ ସଫଳ କରିବା ନିମନ୍ତେ ସବିଶେଷ ଆଲୋଚନା କରାଯାଇଥିଲା । ଏହି ଶିବିରରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଶୁଭେଛୁମାନେ ବହୁ ସଂଖ୍ୟାରେ ଯୋଗଦେଇ ସ୍ୱେଛାକୃତ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାକୁ ସ୍କୁଲ ପକ୍ଷରୁ ନିବେଦନ କରାଯାଇଛି । ଶେଷରେ ପ୍ରସ୍ତୁତି ବୈଠକରେ ଉପସ୍ଥିତ ସମସ୍ତେ ରକ୍ତଦାନ ଶିବିରକୁ ସଫଳ କରିବାକୁ ନିର୍ଭର ପ୍ରତିଶୃତି ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ