କେନ୍ଦ୍ରାପଡା ପବ୍ଲିକ ସ୍କୁଲରେ ସରସ୍ୱତୀ ପୂଜା ମହାସମାରୋହରେ ପାଳିତ
କେନ୍ଦ୍ରାପଡା – କେନ୍ଦ୍ରାପଡା ପବ୍ଲିକ ସ୍କୁଲ ପକ୍ଷରୁ ବିଦ୍ୟା ଦାୟିନୀ ମା’ ସରସ୍ୱତୀଙ୍କ ପୂଜା ମହାସମାରୋହରେ ଗୁରୁବାର ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲ ପରିସରରେ ମା’ ସରସ୍ୱତୀଙ୍କ ଏକ ପ୍ରତିମୂର୍ତ୍ତି ସୁଶଜ୍ଜିତ ପେଣ୍ଡାଲ ଉପରେ ରଖାଯାଇ ପୂଜା କରାଯାଇଥିଲା । ମା’ଙ୍କୁ ଆବାହନ କରାଯାଇ ଧୂପ, ଦୀପ, ନୈବେଦ୍ୟ ଅର୍ପଣ ପୂର୍ବକ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । ସ୍କୁଲର ପ୍ରତିଷ୍ଠାତା ପ୍ରାଧ୍ୟାପକ ଅଜୟ କୁମାର ରାଉତଙ୍କ ସମେତ ଛାତ୍ରଛାତ୍ରୀ, ଅଭିଭାବକ, ନିମନ୍ତ୍ରିତ ଅତିଥିମାନେ ଯୋଗଦେଇ ମା’ ବିଦ୍ୟାଦାୟିନୀ ସରସ୍ୱତୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି ପ୍ରସାଦ ସେବନ କରିଥିଲେ । ଏହି ଅବସରରେ ଆମେରିକାସ୍ଥିତ ଆଲାସ୍କା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଦେବେନ୍ଦ୍ର କୁମାର ଦାସ, ଜିଲ୍ଲା ପ୍ରତିଭାପୂଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି, ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ ପ୍ରମୁଖ ସେଠାରେ ଉପସ୍ଥିତ ରହି ମା’ ସରସ୍ୱତୀଙ୍କ ପୂଜା କରିଥିଲେ ।