କେନ୍ଦ୍ରାପଡା ପବ୍ଲିକ ସ୍କୁଲ ବିରୋଧରେ ପରୀକ୍ଷା ଫଳାଫଳକୁ ନେଇ ଗୁରୁତର ଅଭିଯୋଗ

କେନ୍ଦ୍ରାପଡ଼ା,ଚିତ୍ତରଂଜନ ଦାସ: କେନ୍ଦ୍ରାପଡା ପବ୍ଲିକ ସ୍କୁଲରେ ୨୦୨୧ ଶିକ୍ଷାବର୍ଷର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଶୁକ୍ରବାର ଅସନ୍ତୋଷ ପ୍ରକାଶ କରି ସ୍କୁଲର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଅଭିଯୋଗ ହେଉଛି ଯେ ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ବ୍ୟାପକ ହେର୍‌ଫେର୍ ହୋଇଛି । ସିବିଏସଇ ଗାଇଡଲାଇନ ଅନୁସାରେ ପରୀକ୍ଷା ଫଳ ନିର୍ଦ୍ଧାରଣ କରାନଯାଇ ଆକ୍ରୋଶ ମୂଳକଭାବେ ପ୍ରତିଭାବାନ ପିଲାମାନଙ୍କୁ କମ ନମ୍ବର ଦିଆଯାଇ ସାଧାରଣ ପିଲାମାନଙ୍କୁ ଅଧିକ ନମ୍ବର ଦିଆଯାଇଛି । ଏହାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଥିଲା । ସେମାନଙ୍କ ଅଭିଯୋଗ ଥିଲା ଯେ ଯେଉଁ ଛାତ୍ରଛାତ୍ରୀମାନେ ଏହି ସ୍କୁଲର ଶିକ୍ଷକ କିମ୍ବା ଶିକ୍ଷୟତ୍ରୀମାନଙ୍କ ନିକଟରେ ଟିଉସନ ହେଉଥିଲେ ସେମାନଙ୍କୁ ଅଧିକ ନମ୍ବର ଦିଆଯାଇ ଅନ୍ୟମାନଙ୍କୁ କମ୍ ନମ୍ବର ଦିଆଯାଇଛି । ନବମ ଶ୍ରେଣୀର ଫଳାଫଳ ଓ ଦଶମ ଶ୍ରେଣୀର ଫଳାଫଳକୁ ତୁଳନା କଲେ ଏହା ସହଜରେ ପ୍ରମାଣିତ ହେବ । ଏ ସମ୍ପର୍କରେ ସ୍କୁଲର ଅଧ୍ୟକ୍ଷ ସରୋଜକାନ୍ତ ନାୟକଙ୍କୁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଯୋଗାଯୋଗ କରିବା ସହିତ ସେମାନଙ୍କ ନମ୍ବର ପୁନଃମୂଲ୍ୟାୟନ ପାଇଁ ଲିଖିତଭାବେ ନିବେଦନ କରିବାରୁ ସେ ସେହି ନିବେଦନ ପତ୍ରକୁ ନରଖି ଏହା ସବୁ ଗୋପନୀୟ ବୋଲି କହି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଫେରାଇ ଦେଇଥିଲେ । ଏହା ପରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ଏଭଳି ଅନିୟମିତତା ର ତଦନ୍ତ ଦାବି କରିଥିଲେ । ସୂଚନା ଯୋଗ୍ୟ ଯେ ଜଣେ ଛାତ୍ରୀ ପାଠଛାଡି ଅନ୍ୟତ୍ର ବିବାହ ହୋଇଯାଇଥିବା ବେଳେ ତାଙ୍କୁ ଶତକଡା ୯୨ଭାଗ ନମ୍ବର ଦିଆଯାଇଛି । ଏହି ସ୍କୁଲର ଏନଓସି ୨୦୧୭ ମସିହାରୁ ଶେଷ ହୋଇଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାହାର ନବୀକରଣ କରାଯାଇନାହିଁ । ଅଧ୍ୟକ୍ଷ ନିଯୁକ୍ତିରେ ମଧ୍ୟ ନୀତି ନିୟମକୁ ଉଲ୍ଲଘଂନ କରାଯାଇଥିବା ଛାତ୍ରଛାତ୍ରୀମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ