କେନ୍ଦ୍ରାପଡା ପୈାରପାଳିକାର ଚୂଡାନ୍ତ ୱାର୍ଡ ସଂରକ୍ଷଣ ଚିଠା ତାଲିକା ପ୍ରକାଶ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରପାଳିକାର ୨୧ଟି ୱାର୍ଡ ପାଇଁ ଆଜି ଚୂଡାନ୍ତ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ସେହି ଅନୁଯାଇ ୧ନଂ ୱାର୍ଡ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୨ନଂ ୱାର୍ଡ ପଛୁଆ ବର୍ଗ ମହିଳା, ୩ନଂ ୱାର୍ଡ ଅନୁସୂଚିତ ଜନଜାତି ମହିଳା, ୪ନଂ ୱାର୍ଡ ମହିଳା, ୫ନଂ ୱାର୍ଡ ପଛୁଆ ବର୍ଗ, ୬ନଂ ୱାର୍ଡ ପଛୁଆ ବର୍ଗ, ୭ନଂ ୱାର୍ଡ ମହିଳା, ୮ନଂ ୱାର୍ଡ ମହିଳା, ୯ନଂ ୱାର୍ଡ ଅନୁସୂଚିତ ଜାତି, ୧୦ନଂ ୱାର୍ଡ ପଛୁଆ ବର୍ଗ ମହିଳା, ୧୧ନଂ ୱାର୍ଡ ପଛୁଆବର୍ଗ ମହିଳା, ୧୨ନଂ ୱାର୍ଡ ମହିଳା, ୧୩ନଂ ୱାର୍ଡ ଅସଂରକ୍ଷିତ, ୧୪ନଂ ୱାର୍ଡ ମହିଳା, ୧୫ନଂ ୱାର୍ଡ ଅସଂରକ୍ଷିତ, ୧୬ନଂ ୱାର୍ଡ ମହିଳା ଓ ୧୭, ୧୮, ୧୯, ୨୦ ଏବଂ ୨୧ନଂ ୱାର୍ଡ ଅସଂରକ୍ଷିତ ରହିଛି । ବର୍ତ୍ତମାନ କେବଳ ୨ଟି ୱାର୍ଡର ସଂରକ୍ଷଣରେ ପରିବର୍ତ୍ତନ କରାଯାଇଛି । ସେଥିମଧ୍ୟରୁ ୧୧ନମ୍ବର ୱାର୍ଡଟି ପୂର୍ବରୁ ତାଲିକାରେ ମହିଳାଙ୍କ ପାଇଁ ସଂରକ୍ଷଣ ଥିବା ବେଳେ ଏବେ ଚୂଡାନ୍ତ ତାଲିକାରେ ପଛୁଆ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିଭଳି ୧୫ନମ୍ବର ୱାର୍ଡଟି ପୂର୍ବରୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଏବେ ଚୂଡାନ୍ତ ତାଲିକାରେ ସେହି ୱାର୍ଡଟି ଅସଂରକ୍ଷିତ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ