କେନ୍ଦ୍ରାପଡା ପୈାରସଂସ୍ଥାର ଅଳିଆ ଆବର୍ଜନା ଗୋବରୀ କେନାଲକୂଳରେ ପକାଇ ପରିବେଶ ଦୁଷିତ କରିବା ଅଭିଯୋଗ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ବିଭିନ୍ନ ୱାର୍ଡରୁ ବାହାରୁଥିବା ଅଳିଆ ଆବର୍ଜ୍ଜନା ସବୁକୁ କାକଟଲକ – ଦାନପୁର ଗୋବରୀ କେନାଲ ବନ୍ଧର ଶ୍ୟାମସୁନ୍ଦରପୁର ଓଭରବ୍ରିଜ ନିକଟରେ କେନାଲ କଡରେ ପକାଯାଉଥିବାରୁ ସେଠାରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ଏଭଳି ସହରର ଅଳିଆ ଓ ଆବର୍ଜ୍ଜନା ସବୁକୁ କେନାଲବନ୍ଧ ରାସ୍ତା କଡରେ ପକାଇବା ଦ୍ୱାରା ସେହି ରାସ୍ତା ଦେଇ ପ୍ରତ୍ୟେହ ଯାଉଥିବା ପଥଚାରୀ ଓ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଆସୁଛି । ତେଣୁ ଏଥିପ୍ରତି ପୈାର କତ୍ତୃପକ୍ଷ ଦୃଷ୍ଟିଦେଇ ଅଳିଆ ଆବର୍ଜ୍ଜନା ଗୁଡିକୁ ସେଥିପାଇଁ ଉଦ୍ଦିଷ୍ଟ ସ୍ଥାନରେ ପକାଇବାକୁ ନିବେଦନ କରାଯାଇଛି । ଚକ୍ରୋଡା ପଂଚାୟତର ସରପଂଚ ବସନ୍ତ କୁମାର ରାଉତ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି,ଶ୍ୟାମସୁନ୍ଦରପୁର ପଂଚାୟତର ପୂର୍ବତନ ସରପଂଚ ଶାରଦା ପ୍ରସନ୍ନ ରାଉତ,ନିରଞ୍ଜନ ଦାସ ପ୍ରମୁଖ ଏ ସମ୍ପର୍କରେ ଅଭିଯୋଗ କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ