କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ସହରରେ ରନ୍ଧାଖାଦ୍ୟ ଯୋଗାଣର ଶୁଭାରମ୍ଭ

କେନ୍ଦ୍ରାପଡା:କେନ୍ଦ୍ରାପଡା ପୈାରସଂସ୍ଥା ଓ ମିଶନଶକ୍ତିର ମିଳିତ ଆନୁକୁଲ୍ୟରେ ପୈାରାଚଂଳ ଅନ୍ତର୍ଗତ ମାଧପୁରର ସୁରଭୀ ମହିଳା ମଣ୍ଡଳ ଦ୍ୱାରା ପ୍ରସ୍ତୁତ ରନ୍ଧାଖାଦ୍ୟ ଗୁରୁବାର ରାତିରେ ସୁଲଭ ମୁଲ୍ୟରେ ଅର୍ଥାତ ୨୫ଟଙ୍କାରେ ଲୋକମାନଙ୍କ ଘର ନିକଟରେ ଯୋଗାଇଦେବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ପୈାରନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗତକାଲି ରାତିରେ ପୈାରାଚଂଳ ଅନ୍ତର୍ଗତ ୪/୫ଟି ୱାର୍ଡର ୧୦୫ଟି ପରିବାରକୁ ମିଲପିଛା ୨୫ଟଙ୍କା ଦରରେ ସେମାନଙ୍କ ଘରେ ପ୍ୟାକେଟ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ଆଜି ମଧ୍ୟ ଆହୁରି ଅଧିକ ଲୋକଙ୍କୁ ଏହି ଯୋଜନାରେ ରନ୍ଧାଖାଦ୍ୟ ଯୋଗାଇଦେବାର ଯୋଜନା ରହିଛି ବୋଲି ପୈାରନିର୍ବାହୀ ଅଧିକାରୀ ଶ୍ରୀ ବଳ ସୂଚନା ଦେଇଛନ୍ତି । କରୋନା ଭୂତାଣୁ ସଂକ୍ରମଣ ପରିସ୍ଥିତିରେ ଲୋକମାନେ ଘରୁ ବାହାରିବା ସମ୍ଭବ ହେଉନଥିବା ବେଳେ ଏଭଳି କାର୍ଯ୍ୟକ୍ରମକୁ ବେଶ ପ୍ରସଂଶା କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ