କେନ୍ଦ୍ରାପଡା ପୈାରସଂସ୍ଥା ପଛପାଖ ପୋଖରୀ ପାଶ୍ୱର୍ର୍ରେ ଡ୍ରେନେଜ ନିର୍ମାଣ କରିବାକୁ ଦାବିପତ୍ର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରସଂସ୍ଥା କାର୍ଯ୍ୟାଳୟ ଚର୍ତୁପାଶ୍ୱର୍ର ଅଧିବାସୀମାନେ ପୈାରସଂସ୍ଥା କାର୍ଯ୍ୟାଳୟ ପରିସରରେ ପରିତ୍ୟକ୍ତ ପୋଖରୀର ସୈାନ୍ଧର୍ଯ୍ୟକରଣ ଯୋଜନାକୁ ସ୍ୱାଗତ କରିବା ସହ ସେହି ପୋଖରୀ ସହିତ ଜଡିତ ଡ୍ରେନେଜ ସମସ୍ୟା ସମାଧାନର ବ୍ୟବସ୍ଥା କରିବାକୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରାୟ ୨୦ବର୍ଷ ପୂର୍ବରୁ ପୁରୁଣା ବସଷ୍ଟାଣ୍ଡ, ବାସୁଳେଇ ଛକରୁ ଖଡିଅଙ୍ଗ ଛକ ଓ କନିଆଯୋର ଅଚଂଳର ଶତାଧିକ ଘର ଓ ଦୋକାନର ପରିତ୍ୟକ୍ତ ଦୂଷିତ ଜଳ ଓ ବର୍ଷାଜଳ ସେହି ପରିତ୍ୟକ୍ତ ପୋଖରୀ ଭିତରକୁ ପ୍ରବାହିତ ହେଉଥିଲା । ଏବେ ୫୦ପ୍ରତିଶତ ପରିବାରଙ୍କ ଡ୍ରେନ ପାଣି ଅନ୍ୟତ୍ର ଛଡାଯିବର ବ୍ୟବସ୍ଥା କରାଯାଇଥିବା ବେଳେ ପୈାରସଂସ୍ଥା କାର୍ଯ୍ୟାଳୟର ଉତ୍ତର ପାଶ୍ୱର୍ରେ ଥିବା ଦୋକାନ ଏବଂ ପରିବାରର ଡ୍ରେନ ପାଣି ସେହି ପୋଖରୀ ଭିତରକୁ ପ୍ରବାହିତ ହେଉଛି । ଏବେ ସେହି ପରିତ୍ୟକ୍ତ ପୋଖରୀର ଚର୍ତୁପାଶ୍ୱର୍ ବନ୍ଧ ପକ୍କା କରାଯିବା ସହ ପୋଖରୀର ସୈାନ୍ଧର୍ଯ୍ୟକରଣ କରାଯିବ । ତେଣୁ ପୋଖରୀ ନବୀକରଣ କାର୍ଯ୍ୟ ସମୟରେ ସେହି ନିଷ୍କାସନ ପଥ ବନ୍ଦ ହୋଇଗଲେ ସେହି ପୋଖରୀକୁ ଡ୍ରେନେଜ ହେଉଥିବା ପରିବାର ଗୁଡିକ ଗୁରୁତ୍ତର ସମସ୍ୟାର ସମ୍ମୁଖିନ ହେବେ । ତେଣୁ ସେହି ପୋଖରୀର ଉତ୍ତର ପାଶ୍ୱର୍ ବନ୍ଧରେ ଏକ ଡ୍ରେନ ନିର୍ମାଣ କରାଯାଇ କନିଆଜୋର ପାଶ୍ୱର୍ ଡ୍ରେନ ସହ ମିଶାଇ ଦିଆଗଲେ ସେମାନଙ୍କ ଡ୍ରେନ ସମସ୍ୟାର ନିରାକରଣ ସମ୍ଭବ ହୋଇପାରିବ ବୋଲି ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ଆଇନଜୀବି ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ରେଶମା ବେଗମ, ସେକ ଫର୍ଜାଦ, ସେକ ରହେମତ ବକ୍ସ, ଅଲିମ ବକ୍ସ, ସେକ ସଲାମ ବକ୍ସ, ଅସିମ ଅକ୍ତର, ସାରିଆ ଖାତୁନ, ଏସ.ଜେ. ନାଜିର, ସେକ ହୋସେନ ବକ୍ସ, ସେକ ଆସିକୁଦ୍ଦିନ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସମସ୍ୟାର ସମାଧାନ ନହେଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।