କେନ୍ଦ୍ରାପଡା ପୈାରାଚଂଳର ୧୦ନମ୍ବର ୱାର୍ଡକୁ ଅବରୋଧ ଅଚଂଳ ଘୋଷାଣ କଲେ ଜିଲ୍ଲାପାଳ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ପୈାରାଚଂଳର ୧୦ନମ୍ବର ୱାର୍ଡରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ସେହି ୱାର୍ଡକୁ ଆଜି ଅପରାହ୍ନ ୪ଟା ଠାରୁ ଆସନ୍ତା ୨୭ତାରିଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୪୮ଘଂଟା ପାଇଁ ଅବରୋଧ ଅଚଂଳ ଭାବେ ଘୋଷଣା କରିଛନ୍ତି । ତଦନୁଯାଇ ସେହି ଅଚଂଳର ୭୨ଟି ପରିବାରର କୈାଣସି ବ୍ୟକ୍ତି ୪୮ ଘଂଟା ପର୍ଯ୍ୟନ୍ତ ବାହାରକୁ ଯାଇପାରିବେ ନାହିଁ କି ବାହାରର କୈାଣସି ବ୍ୟକ୍ତି ସେହି ଅଚଂଳ ମଧ୍ୟକୁ ଆସିପାରିବେ ନାହିଁ । ସେହି ଅଚଂଳ ମଧ୍ୟରେ ଥିବା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ୪୮ ଘଂଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ବନ୍ଦ ରହିବ । ସେହି ଅଚଂଳର ସମସ୍ତ ବାସୀନ୍ଦା ୪୮ ଘଂଟା ପର୍ଯ୍ୟନ୍ତ ନିଜ ଘରେ ସଙ୍ଗରୋଧରେ ରହିବେ । ସେହି ଅଚଂଳରେ ସମସ୍ତ ପ୍ରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ଔଷଧପତ୍ର ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ଯୋଗାଇ ଦିଆଯିବ । ଏହାବ୍ୟତିତ କରୋନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ତ୍ୱରିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ସୁପରିଚାଳନା ଉପରେ ଜିଲ୍ଲାପାଳ ସମର୍ଥ ବର୍ମା ଗୁରୁତ୍ୱାରୋପ କରିଛନ୍ତି । ଆଜି ସୁଦ୍ଧା ଜିଲ୍ଲାର ସମସ୍ତ ୨୪୯ଟି ପଂଚାୟତରେ ୧୧୬୪ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୪୬ହଜାର ୮୯୨ ଟି ଶଯ୍ୟା ପ୍ରସ୍ତୁତ କରାଯାଇଥିବା ବେଳେ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରସଂସ୍ଥା ପକ୍ଷରୁ ୩୪ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୧୯୫୨ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି । ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ୧୪୪ ଧାରା ଜାରିକରାଯାଇଛି । ଆଜି ସୁଦ୍ଧା ୧୮ହଜାର ୦୧୩ ଜଣ ରାଜ୍ୟ ବାହାରୁ ଆସିଛନ୍ତି । ଆଜି ଆସିଥିବା ୧୪୦୪ ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୯୬ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୯୪, ମହାକାଳପଡା ବ୍ଲକର ୪୮୩, କେନ୍ଦ୍ରାପଡା ପୈାରାଚଂଳ ୦୮, ମାର୍ଶାଘାଇ ବ୍ଲକର ୨୦୪, ରାଜନଗର ବ୍ଲକର୬, ରାଜକନିକା ବ୍ଲକର ୭୪, ଆଳି ବ୍ଲକର୨୧୦, ଡେରାବିଶି ବ୍ଲକର ୩୩ ଓ ଗରଦପୁର ବ୍ଲକର ୧୯୬ ଜଣ ଅଛନ୍ତି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅନ୍ୟାଦେଶ ପର୍ଯ୍ୟନ୍ତ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସକାଳ ୭ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବା ଏବଂ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଗୁଡିକ ଦିନରାତି ଖୋଲାରହିବ । ମାର୍କେଟ କମ୍ପେ୍ଲକ୍ସ ଓ ସପିଂ ମଲ ବାହାରେ ଥିବା ସେଲୁନ ଓ ପାର୍ଲର ଗୁଡିକ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସାମାଜିକ ଦ୍ୱରତା ରକ୍ଷା କରି ବ୍ୟବସାୟ କରିବାକୁ ନିର୍ଦେଶ ଦିଆଯାଇଛି । ମଦ ଦୋକାନ ଗୁଡିକ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରହିବ । ଜିଲ୍ଲାପାଳ ଶ୍ରୀ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖି ମାସ୍କ ବ୍ୟବହାର କରିବାକୁ ନିବେଦନ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ଫୋନ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି ।


