କେନ୍ଦ୍ରାପଡା ପୈାରାଞ୍ଚଳର ଭୂମୀହୀନଙ୍କୁ ପଟା ବଣ୍ଟନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ପୈାରାଞ୍ଚଳରେ ବସବାସ କରୁଥିବା ଭୂମୀହୀନଙ୍କୁ ଓଡିଶା ଯାଗା ମିଶନ ଯୋଜନାରେ ଘରଡିହ ପଟା ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ପୈାର ପରିଷଦ ଟାଉନ ହଲ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୈାରାଧ୍ୟକ୍ଷା ସରିତା ସାହୁ ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବୀନ ସରକାରଙ୍କ ଏହି ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣା, ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ, ପୈାର ଉପାଧ୍ୟକ୍ଷା ଆକବରୀ ଖାତୁନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଭୂମିହୀନମାନଙ୍କୁ ପଟା ବଣ୍ଟନ କରିଥିଲେ । ପୈାରାଞ୍ଚଳର ୧୭ଟି ବସ୍ତିରେ ରହୁଥିବା ୧୯୧ ଜଣଙ୍କୁ ଏହି ପଟା ବଣ୍ଟନ କରାଯାଇଥିଲା ।


