କେନ୍ଦ୍ରାପଡା ପୈାରାଞ୍ଚଳର ୪ଟି ୱାର୍ଡରେ ବିଜେଡିର ପଦଯାତ୍ରା ଓ ଭୋଟ ପ୍ରଚାର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳର ୧୮,୧୯,୨୦ ଓ ୨୧ନମ୍ବର ୱାର୍ଡରେ ଆଜି ସନ୍ଧ୍ୟାରେ ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା କରାଯିବା ସହିତ ଭୋଟ ପ୍ରଚାର କରାଯାଇଛି । କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପୈାରାଧ୍ୟକ୍ଷା ସରିତା ସାହୁ, ବିଜେଡି ସମ୍ପାଦକ ରଞ୍ଜିତ ସାହୁ, ୱାର୍ଡ କାଉନସିଲର ଚୈାଧୁରୀ ସୁକୁମାର ଦାସ, ଶିବାଶିଷ ପଣ୍ଡା, ରମେଶ ଦାସ, ଉମେଶ ଚନ୍ଦ୍ର ନାୟକ ଓ ନିକଟରେ ବିଜେପି ଛାଡି ବିଜେଡିରେ ଯୋଗଦେଇଥିବା ପ୍ରଦୀପ ନାୟକ, ଯୁବନେତା ମହେନ୍ଦ୍ର ମିଶ୍ରଙ୍କ ଗହଣରେ ଶତାଧିକ ମହିଳା, ପୁରୁଷ ଓ ଯୁବକଯୁବତୀମାନଙ୍କ ଏକ ବିଶାଳ ପଦଯାତ୍ରାରେ କାକଟମଙ୍ଗଳାଙ୍କ ନିକଟରୁ ବାହାରି ୧୮,୧୯,୨୦ ଓ ୨୧ନମ୍ବର ୱାର୍ଡର ପ୍ରତ୍ୟେକ ଘରକୁ ଘର ବୁଲି ଭୋଟ ପ୍ରଚାର କରିଥିଲେ । ତିନିମୁହାଣୀଛକର ରାମମନ୍ଦିର ନିକଟରେ ପଦଯାତ୍ରା ଶେଷ ହୋଇଥିଲା । ଏଥିସହିତ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ଜାରି ରଖିବା ସହ ତାଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ଲୋକମାନଙ୍କୁ ନିବେଦନ କରିଥିଲେ । ଏହି ପଦଯାତ୍ରାରେ ସୈାମେନ୍ଦ୍ର ପୃଷ୍ଟି, ରାଜେଶ ମହାନ୍ତି, ମୀର ମୁର୍ଶିଦ୍ଦ, ପ୍ରଦୀପ୍ତ ମହାନ୍ତି, ନଗର ବିଜେଡି ସଭାପତି ଯଯାତିକେଶରୀ ମହାନ୍ତି, ସେକ ଗୋପି, ଆଶିଷ ପାଣି, ସେକ ଚନ୍ଦନ, ସେକ ମତୁ, ନିରାକାର ସ୍ୱାଇଁ, ହିବଜୁର ରହେମାନ, ନାରାୟଣ ସାହୁ, ଅକ୍ଷୟପ୍ରିୟ ଦାସ, ସେକ ମୋବିଲ, ସେକ ତଫ୍ରୁ, ସେକ ନସିରୁଦ୍ଦିନ ପ୍ରମୁଖ ପ୍ରାୟ ପାଞ୍ଚଶହରୁ ଅଧିକ ଲୋକ ଏହି ପଦଯାତ୍ରାରେ ଯୋଗଦେଇ ବିଜେଡି ସଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ନିମନ୍ତେ ଭୋଟ ପ୍ରଚାର କରିଥିଲେ ।