କେନ୍ଦ୍ରାପଡା ପୈାରାଞ୍ଚଳର ୱାର୍ଡ ସଫେଇ କାର୍ଯ୍ୟ ସୁଧୁରିଛି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳର ବିଭିନ୍ନ ୱାର୍ଡରେ ସଫେଇ କାର୍ଯ୍ୟ ଧିରେ ଧିରେ ସୁଧୁରିବାର ଦେଖିବାକୁ ମିଳିଛି । ଏସମ୍ପର୍କରେ ବାରମ୍ବାର ଅଭିଯୋଗ ହେବା ପରେ ପୈାରାଧ୍ୟକ୍ଷା ସରିତା ସାହୁଙ୍କ ପରାମର୍ଶ କ୍ରମେ ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ସଫେଇ କାର୍ଯ୍ୟ ଧିରେ ଧିରେ ଉନ୍ନତମାନର ହେଉଥିବା ଦେଖାଯାଇଛି । ପୈାରନିର୍ବାହୀ ଅଧିକାରୀ ଶ୍ରୀ ବଳ ଅନେକ ସମୟରେ ଅଚାନକ ପହଞ୍ଚି ସଫେଇ କାର୍ଯ୍ୟର ତଦାରଖ କରିବା ସହ ସଂପୃକ୍ତ ସଂସ୍ଥାକୁ ପୈାରାଞ୍ଚଳର ବିଭିନ୍ନ ୱାର୍ଡରେ ଉପଯୁକ୍ତ ଭାବେ ସଫେଇ କାର୍ଯ୍ୟ କରିବାକୁ ତାଗିଦ କରି ଦେଉଥିବା ଫଳରେ ସହରର ପରିମଳ ସଫେଇ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି । ଫଳରେ ସହରର ସଫେଇ କାର୍ଯ୍ୟ କ୍ରମଶଃ ସୁଧୁରୁଥିବା ଦେଖାଯାଇଛି । ସହରର ରାସ୍ତାଘାଟ ସବୁ ସଫାସୁତୁରା ହେବା ସହିତ ଡ୍ରେନ ଗୁଡିକ ମଧ୍ୟ ଆବଶ୍ୟକ ସମୟ ବ୍ୟବଧାନରେ ସଫା ହେଉଥିବା ଦେଖିବାକୁ ମିଳିଛି । ତେଣୁ ସହରବାସୀ ଆଗାମୀ ଦିନରେ ସହରକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ