କେନ୍ଦ୍ରାପଡା ପୈାର ନିର୍ବାହୀ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୌରସଂସ୍ଥାର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳଙ୍କର ଆନନ୍ଦପୁର ପୌରସଂସ୍ଥା ନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି । ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ପୌରନିର୍ବାହୀ ଅଧିକାରୀ ଶ୍ରୀ ବଳଙ୍କୁ ତାଙ୍କ ଗରାପୁରସ୍ଥିତ ସରକାରୀ ବାସଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଂସଦ ପକ୍ଷରୁ ସଭାପତି ପ୍ରଦୀପ କୁମାର ମହାନ୍ତି, ଉପସଭାପତି ବୈଷ୍ଣବ ଚରଣ ପ୍ରଧାନ ଓ ମିଡିଆସେଲ୍ ସମ୍ପାଦକ ଚିତ୍ତରଞ୍ଜନ ଦାସ ଏକ ସାଲ୍ ଓ ପେନ୍ ପ୍ରଦାନ କରି ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ପୌରନିର୍ବାହୀ ଅଧିକାରୀ ଶ୍ରୀ ବଳଙ୍କ କେନ୍ଦ୍ରାପଡା ପୌରସଂସ୍ଥାର କାର୍ଯ୍ୟକାଳ ସମୟରେ ତାଙ୍କର ନିଷ୍ଠାପର, କର୍ତ୍ତବ୍ୟ ପରାୟଣତା ଓ ସମୟାନୁବର୍ତ୍ତିତା ନିମନ୍ତେ କେନ୍ଦ୍ରାପଡାବାସୀ ତାଙ୍କୁ ସବୁଦିନ ମନେ ରଖିବେ ବୋଲି ସଂସଦର ସଭାପତି ଶ୍ରୀ ମହାନ୍ତି କହିଥିଲେ ।


