କେନ୍ଦ୍ରାପଡା ପୈାର ପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗରିବ ଲୋକମାନଙ୍କ ପାଇଁ ବାସଗୃହ ଯୋଗାଇ ଦେବା ଉଦେଶ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯେପରି ସଠିକ ଭାବରେ କାର୍ଯ୍ୟକାରୀ ହୁଏ ସେଥିପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦେଶ ପ୍ରଦାନ କରିଛନ୍ତି । ସେହି ଅନୁଯାୟୀ ଗୁରୁବାର ଏକ ଟିମ କେନ୍ଦ୍ରାପଡା ପୈାରାଞ୍ଚଳର ବିଭିନ୍ନ ୱାର୍ଡରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କ ଗୃହ ପରିଦର୍ଶନ କରି ସେମାନଙ୍କ ସହିତ ମତ ବିନିମୟ କରିଥିଲେ । ଏହି ଉପଲକ୍ଷେ ପୈାରପରିଷଦ ସମ୍ମିଳନୀ କକ୍ଷରେ ପୈାରପାଳ ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଏହି ଯୋଜନା ସମ୍ପର୍କରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ରାଜ୍ୟ ସ୍ତରୀୟ ବୈଷୟିକ ଟିମର ସଦସ୍ୟ ପାର୍ଥସାରଥି ସାହୁ, ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଉପାଧ୍ୟକ୍ଷା ଆକବରୀ ଖାତୁନ ପ୍ରମୁଖ ଯୋଗଦେଇ ଯୋଜନାର ଅଗ୍ରଗତି ସମ୍ପର୍କରେ ବିଷଦ ଭାବେ ସମୀକ୍ଷା କରିଥିଲେ । ଏହି ଯୋଜନାରେ ପୈାରସଂସ୍ଥା ପକ୍ଷରୁ ମୋଟ ୧୪୪୭ଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୮୭୮ଜଣ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ବେଳେ ୧୪୦ଜଣ ଫାଉଣ୍ଡେସନ ଲେଭେଲ ଓ ୨୬୪ଜଣ ବିଆରସି ଲେଭେଲ ପର୍ଯ୍ୟନ୍ତ ଗୃହ ନିର୍ମାଣ କରିଛନ୍ତି । ୧୬୫ଜଣ କାର୍ଯ୍ୟାଦେଶ ପାଇ ଗୃହ ନିର୍ମାଣ ଆରମ୍ଭ କରିନଥିବା ହିତାଧିକାରୀଙ୍କୁ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦେଶ ପ୍ରଦାନ କରାଯାଇଛି । ପୈାରାଧ୍ୟକ୍ଷା ଶ୍ରୀମତୀ ସାହୁ କେନ୍ଦ୍ରାପଡା ପୈାରସଂସ୍ଥାକୁ ଏହି ଯୋଜନାରେ ଆବଶ୍ୟକତା ଅନୁଯାୟୀ ଅଧିକ ଟାର୍ଗେଟ ପ୍ରଦାନ କରାଯିବା ଓ ହିତାଧିକାରୀମାନଙ୍କୁ ଉନ୍ନତମାନର ଗୃହ ନିର୍ମାଣ ନିମନ୍ତେ ଆଧୁନିକ ବୈଷୟିକ ଜ୍ଞାନ କୈାଶଳ ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ କାଉନସିଲର କାଳି ପ୍ରସାଦ ମିଶ୍ର, ପୁଷ୍ପଲତା ବେହେରା, ପ୍ରଦୀପ୍ତ କୁମାର ଜେନା, ପୁଷ୍ପାଞ୍ଜଳି ବସ୍ତିଆ, ରଶ୍ମୀତା ସିଂ, ଜୟନ୍ତୀ ପାଣି, ଫରଜାନା ଖାତୁନ, ତୁଳସୀ ହେମ୍ବ୍ରମ, ଶୁଭଶ୍ରୀ ନିବେଦିତା ସ୍ୱାଇଁ, ସ୍ମୃତିପ୍ରଜ୍ଞା ଶତପଥୀ, ଅଭୟ ବେହେରା, ରିହାନା ଖାତୁନ, ସେକ ଅସଲମ, ହବିବା ବେଗମ, ଉମେଶ ଚନ୍ଦ୍ର ନାୟକ, ନିରାକାର ସ୍ୱାଇଁ, ଚୈାଧୁରୀ ସୁକୁମାର ଦାସ, ରମେଶ ଚନ୍ଦ୍ର ଦାସ, ଅସୀମା ନାୟକ, ପ୍ରଭାଶିଷ ପଣ୍ଡାଙ୍କ ସମେତ କେନ୍ଦ୍ରାପଡା ସିଏଲଟିସି ଅରବିନ୍ଦ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ