କେନ୍ଦ୍ରାପଡା ପୌର ନିର୍ବାଚନ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୌରପରିଷଦର ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର ଶେଷ ଦିବସରେ ୫ନଗରପାଳ ପ୍ରାର୍ଥୀଙ୍କ ମଧ୍ୟରୁ ତୁଳସୀ ମହାରଣା ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାରୁ ପ୍ରତିଦ୍ୱନ୍ଦୀତାରେ ଆଉ ୪ନଗରପାଳ ପ୍ରାର୍ଥୀ ରହିଲେ । ଏତଦବ୍ୟତିତ ୧୬କାଉନସିଲର ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନେବା ପରେ ଆଉ ୮୨କାଉନସିଲର ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ରହିଲେ ବୋଲି ପୌରପରିଷଦ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କଠାରୁ ସୂଚନା ମିଳିିଛି । ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଥିବା କାଉନସିଲରମାନେ ହେଉଛନ୍ତି ୨ନମ୍ବର ୱାର୍ଡରୁ ନରୋତ୍ତମ ଦାସ, ୬ନମ୍ବର ୱାର୍ଡରୁ ଅବଦୁଲ ମଜିଦ ଓ ହୃଷିକେଶ ସାହୁ, ୮ନମ୍ବର ୱାର୍ଡରୁ ଅଜୟଲକ୍ଷ୍ମୀ ସାହୁ, ସସ୍ମିତା ସ୍ୱାଇଁ ଏବଂ ଗୁଲସରି ବିବି, ୯ନମ୍ବର ୱାର୍ଡରୁ ଅର୍ଜୁନ ଚରଣ ବେହେରା, ୧୩ନମ୍ବର ୱାର୍ଡରୁ ଅବଦୁଲ ମଜିଦ, ୧୬ନମ୍ବର ୱାର୍ଡରୁ ସମିନା ବେଗମ, ୧୮ନମ୍ବର ୱାର୍ଡରୁ ଗୁଲାମ କାଦିର ଖାନ, ସବିତା ସାହୁ, ଉମାକାନ୍ତ ସିଂହ, ୧୯ନମ୍ବର ୱାର୍ଡରୁ ବିଭୁତି ଭୂଷଣ ପଣ୍ଡା ଓ ବିଦ୍ୟୁତ୍ ରଞ୍ଜନ ନାୟକ ଓ ୨୧ନମ୍ବର ୱାର୍ଡରୁ ମହେନ୍ଦ୍ର ମିଶ୍ର ଓ ଶକ୍ତି ସ୍ୱରୂପ ସିଂହ ପ୍ରମୁଖ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ