କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିରର ପୂର୍ବତନ ନିର୍ବାହୀ ଅଧିକାରୀଙ୍କ ପରଲୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଲୋକାଲ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତଃ ସଚିଦାନନ୍ଦ ମହାନ୍ତିଙ୍କ ପୁତ୍ର ଗହରାପୁର ଗ୍ରାମର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତିଙ୍କର କଟକ ମହାନଦୀ ବିହାରସ୍ଥିତ ବାସଭବନରେ ୬୯ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିରର ପୂର୍ବତନ ନିର୍ବାହୀ ଅଧିକାରୀ ଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ଶ୍ରୀଜୀଉଙ୍କ ମନ୍ଦିରରେ ବହୁ ସଂସ୍କାର ମୂଳକ କାର୍ଯ୍ୟ ହେବା ସହ ଠାକୁରଙ୍କ କେତେକ ଭୂସମ୍ପତ୍ତିର ପୁନରୁଦ୍ଧାର କରାଯାଇପାରିଥିଲା । ସେ ଜଣେ ଜ୍ଞାନୀ, ଗୁଣି, ନିଷ୍ଠାପର, ସଚୋଟ, ସ୍ପଷ୍ଟବାଦୀ, କର୍ମଠ ଓ ମେଳାପି ସ୍ୱଭାବର ବ୍ୟକ୍ତି ଥିଲେ । ସେ ମଧ୍ୟ ଅବିଭକ୍ତ ଗରାପୁର ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ବହୁ ଉନ୍ନତି ମୂଳକ କାର୍ଯ୍ୟକରି ଜନପ୍ରିୟ ହୋଇପାରିଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ନଳିନୀପ୍ରଭା, ପୁତ୍ର ପୂଣ୍ୟଶ୍ଳୋକ, ପୁତ୍ରବଧୁ ଅର୍ଚ୍ଚନା, କନ୍ୟା ଲୋରାଙ୍କ ସମେତ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡାରେ ଶୋକର ଛାୟା ଖେଳି ଯାଇାଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ପୂଣ୍ୟଶ୍ଳୋକ ମୂଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ବରିଷ୍ଠ କଂଗ୍ରେସ ନେତା ଫକିର ଚରଣ ଖଟୁଆ, ପୂର୍ବତନ ସରପଞ୍ଚ ଗାୟତ୍ରୀ ମହାନ୍ତି ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ