କେନ୍ଦ୍ରାପଡା ବାଲିଯାତ୍ରା ମୋହଉଛବ କମିଟିର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବାଲିଯାତ୍ରା ମୋହଉଛବ କମିଟିର ପ୍ରସ୍ତୁତି ବୈଠକ ସଭାପତି ପ୍ରଦୀପ ଦାଶଙ୍କ ସଭାପତିତ୍ୱରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଆରମ୍ଭ ହୋଇ ପ୍ରାରମ୍ଭରେ ସଂପାଦକ ସରକାରୀ ଓକିଲ ସଞ୍ଜୟ କୁମାର ଜେନା ଗତ ବୈଠକର ବିବରଣୀ ପଠନ ସହିତ ଆଗାମୀ ବାଲିଯାତ୍ରା ପାଇଁ ବିଭିନ୍ନ୍ ପ୍ରସ୍ତାବ ଆଗତ କରିଥିଲେ । ପରେ କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ସହ କୋଷାଧକ୍ଷ ପଂଚାନନ ଗେରୁ ଗତ ବର୍ଷର ଆୟବ୍ୟୟ ସହିତ ଆଗାମୀ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିଲେ । କୋରନା ମହାମରୀ ପାଇଁ ଦୁଇବର୍ଷ ଧରି ବନ୍ଦ ଥିବା ବାଲିଯାତ୍ରାକୁ ଚଳିତ ବର୍ଷ ସବୁମତେ ସରସ ସୁନ୍ଦର କରିବା ପାଇଁ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । ସେହି କମିଟିରେ କପାଳେଶ୍ୱର ପଞ୍ଚାୟତର ସରପଂଚ କଳ୍ପନା ମହାନ୍ତି, ଗୁଲୁନଗର ସରପଂଚ ସନ୍ଧ୍ୟାରାଣୀ ସାହୁଙ୍କ ସମେତ ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ୮ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ୬ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତିଙ୍କୁ ରଖାଯାଇଛି । ଏତଦବ୍ୟତିତ ଶୃଙ୍ଖଳା କମିଟିର ମୁଖ୍ୟ ଭାବେ ଟୁଟୁ ଗେରୁ, କୈଳାଶ ଚନ୍ଦ୍ର ଗେରୁ, ଚିନ୍ମୟ ଗେରୁ, ମୃତ୍ୟୁଜଂୟ ସାହୁ, ପଂଚାନନ ଦାସ , ଭାବନ ସାହୁ ପ୍ରଭୃତିଙ୍କୁ ରଖାଯାଇଥିବା ବେଳେ ଷ୍ଟଲ ପରିଚାଳନା କମିଟିର ମୁଖ୍ୟ ଭାବେ ଉପସଭାପତି ଧିରେନ୍ଦ୍ର କୁମାର ଦାସ, ପତ୍ରିକା ସଂପାଦନ ପାଇଁ ନିରଞ୍ଜନ ମେକାପ, କରୁଣାକର ଦାସ, ଶୁଭ୍ରାଂଶୁ ଦାସଙ୍କ ସହିତ ସାଂସ୍କୃତିକ ଦାୟିତ୍ୱରେ ଅଭିମନ୍ୟୁ ଗୋଚ୍ଛାୟତ, ସତ୍ୟପ୍ରିୟ ଦାସ, ଶ୍ରୀଧର ମହାନ୍ତି, ବିମଳ ପରିଡା, ସୁବ୍ରତ ରାଉତ, ପୂର୍ଣ୍ଣିମା ଦାସ ପ୍ରମୁଖ ରହିଛନ୍ତି । ଆର୍ଥିକ କମିଟିରେ ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ପୂର୍ବତନ ବ୍ଳକ ଅଧକ୍ଷ ପ୍ରଦୀପ୍ତ ମହାନ୍ତି, ଦୁର୍ଯୋଧନ ଗେରୁ, ପୀତବାସ ଦାସ, ତ୍ରିଲୋଚନ ଦାସ, ବାସୁଦେବ ବେହେରା ପ୍ରମୁଖ ଅଛନ୍ତି । ମହୋତ୍ସବରେ ସମ୍ମାନ ପ୍ରଦାନ ପାଇଁ ଅଲେଖ ନାୟକ, ମହେଶ ପାଢୀ ପ୍ରମୁଖ ଦାୟିତ୍ୱ ନେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରମଣୀ ରଞ୍ଜନ ରାଉତରାୟ, ସେକ ମତୁ, ସେକ ଚନ୍ଦନ, ଯୁବନେତା କରୁଣାକର ସାହୁ, ଲୋହିତ ମହାନ୍ତି, ଶ୍ରୀଧର ଭୋଳ, କିଶୋର ପ୍ରଧାନ, ବ୍ରଜ ସୁନ୍ଦର ରାଉତ, ସେକ ଆଜାଦ, ଲାଲ ବାବୁ, ସତ୍ୟବ୍ରତ ସିଂ, ଅକ୍ଷୟପ୍ରିୟ ଦାସ, ରିୟାସଦ ରସୁଲ, ରାମଚନ୍ଦ୍ର ବାରିକ, ରଞ୍ଜନ ଖାଁ, ଆଜା ଖାଁ, ଲକ୍ଷ୍ମୀଧର ରାଉଳ, ରୋସନ, ସେକ ୟୁସଫ, ଜିତେନ୍ଦ୍ର ଗେରୁ, ହାଡିବଂଧୁ ସିଂ, ଇଦନ ଖାଁ, ମଧୁସୂଦନ ବେହେରା ପ୍ରମୁଖ ଉପସ୍ଥିତ ରହି ବୈଠକକୁ ସଫଳ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ