କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ତୃତୀୟ ଦିବସ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ତୃତୀୟ ସାଂସ୍କୃତିକ ସନ୍ଧ୍ୟାରେ ଯୋଗଦେଇଥିବା ଅତିଥିମାନେ ଏହି ବାଲିଯାତ୍ରା ମହୋତ୍ସବ କେନ୍ଦ୍ରାପଡା ବିକାଶର ବାଟ ଫିଟାଇବ ବୋଲି ମତବ୍ୟକ୍ତ କରିଛନ୍ତି । ଅତୀତ ନୈାବାଣିଜ୍ୟର ମହାନ ଗାଥାକୁ ଉଦଜୀବିତ କରି ପୂର୍ବ ପୁରୁଷମାନଙ୍କ ଗୈାରବଜ୍ଜ୍ୱଳ କାର୍ଯ୍ୟକୁ ଅବଲୋକନ କରି ନିଜକୁ ଆଉ ସମାଜକୁ ଆଗେଇ ନେବାକୁ ସାହାସ ବାନ୍ଧିବ ବୋଲି ବାଲିଯାତ୍ରା ମହୋତ୍ସର ଉପସଭାପତି ଧିରେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କନ୍ତିଆ ମଠାଧିଶ ସିର୍ଦ୍ଧାଥ ଶଙ୍କର ଦାସ କହିଛନ୍ତି । କେନ୍ଦ୍ରାପଡାର ଐତିହ୍ୟ ଓ ସଂସ୍କୃତି ମହାନ୍ । ମହାପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଏହି ପବିତ୍ର ପୀଠ ଦିନେ ନୈାବାଣିଜ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିଥିଲା । ଅତୀତର ସେହି ସ୍ମୃତିକୁ ରୋମନ୍ଥନ କରିବା ପାଇଁ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଆୟୋଜନ ହେବା ଅତ୍ୟନ୍ତ ଆନନ୍ଦର କଥା ବୋଲି ମୁଖ୍ୟ ବକ୍ତା ଭାବେ ଡଃ. ସର୍ବେଶ୍ୱର ସେଣ ଯୋଗଦେଇ କହିଛନ୍ତି । ସମ୍ମାନୀତ ଅତିଥି ଭାବେ ଡାକ୍ତର ବିରେନ୍ଦ୍ର କୁମାର ଦାଶ ଯୋଗଦେଇ କହିଲେ ଯେ କେନ୍ଦ୍ରାପଡା ହେଉଛି ନୈାବାଣିଜ୍ୟର ଏନ୍ତୁଡି ଶାଳ । ମହୋତ୍ସବ କମିଟି ସଂପାଦକ ସରକାରୀ ଓକିଲ ସଂଜୟ କୁମାର ଜେନା ବାଲିଯାତ୍ରାର ମହନୀୟତା ସଂପର୍କରେ ବକ୍ତବ୍ୟ ରଖିଥିଲେ । ପତ୍ରିକା ସଂପାଦକ ଶୁଭାଂଶୁ କୁମାର ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସହ ସଂପାଦକ କିଶୋର ଚନ୍ଦ୍ର ପ୍ରଧାନ, ଶ୍ରୀଧର ମହାନ୍ତି, ମୃତ୍ୟଞ୍ଜୟ ମହାନ୍ତି, ସତ୍ୟବ୍ରତ ସିଂ, କବି କରୁଣାକର ଦାସ, ଟୁଟୁ ଗେରୁ, ଗବେଷକ ନିରଞ୍ଜନ ମେକାପ, ରମଣୀ ରଂଜନ ରାଉତ ରାୟ ପ୍ରମୁଖ । ବାଲିଯାତ୍ରା ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କ ମନ ମୋହିଥିଲା । ବିଭିନ୍ନ୍ ଘରକରଣା ସାମଗ୍ରୀ କିଣିବାକୁ ବାଲିଯାତ୍ରାର ବିଭିନ୍ନ ଷ୍ଟଲରେ ଭିଡ ଜମିଥିବାର ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ