କେନ୍ଦ୍ରାପଡା ବିଜୁ ଜନତାଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଇଛାପୁରସ୍ଥିତ ଶ୍ୟାମକାଳି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ମହାକାଳପଡା ବିଧାୟକ ଅତନୁସବ୍ୟସାଚି ନାୟକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଡଃ. ସିପ୍ରା ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ପ୍ରମୁଖ ଯୋଗଦେଇ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଆଗାମୀ ପଂଚାୟତ ଓ ପୈାର ନିର୍ବାଚନରେ ଦଳୀୟ ପ୍ରାର୍ଥିମାନଙ୍କ ବିଜୟ ପାଇଁ ସମସ୍ତେ ଏକାଠି ହୋଇ କାମକରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଦଳ ପକ୍ଷରୁ ୧୧ଟି ରାଜନୈତିକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହିତ ହୋଇଥିଲା । ସେହି ପ୍ରସ୍ତାବ ଗୁଡିକ ମଧ୍ୟରେ ଓଡିଶାର ଲୋକପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଦକ୍ଷତା, ସୁଶାସନ ସମାଜର ଅବହେଳିତ ବର୍ଗଙ୍କ ପ୍ରତି ସମ୍ବେଦନଶୀଳତା ଓ କୋଭିଡ ଭଳି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତା ପାଇଁ ସମଗ୍ର ଦେଶରେ ଏକ ନମ୍ବର ମୁଖୟମନ୍ତ୍ରୀର ମାନ୍ୟତା ପାଇଥିବାରୁ ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ, କୋଭିଡ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଓ କୋଭିଡ ସମୟରେ ରକ୍ତ ଏବଂ ପ୍ଲାଜମା ଦାନ ଦ୍ୱାରା ଅମୂଲ୍ୟ ଜୀବନ ରକ୍ଷା ପାଇଁ କୋଭିଡ ଯୋଦ୍ଧାଙ୍କୁ କୃତଜ୍ଞତା, ଅହିଂସା ଶଦ୍ଦକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବାକୁ ବିଜେଡିର ଦାବି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜେଡି ସରକାର ଓଡିଶାବାସୀଙ୍କ ଉନ୍ନତି ପାଇଁ କାର୍ଯ୍ୟକ୍ରମ ଅବ୍ୟାହତ ରଖି ବହୁବାର ଦାବି ସତ୍ୱେ କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳା ରାଜ୍ୟର ବିକାଶରେ ବାଧକ ସାଜିଛି, ରାଜ୍ୟରେ ରେଳପଥ ବିସ୍ତାରରେ ସ୍ଥାଣୁତା, କ୍ଲିନ ଏନର୍ଜି ସେସ ପ୍ରଦାନରେ ଅବହେଳା, କୋଇଲା ରୟାଲଟି ପ୍ରଦାନରେ ନାକାରତ୍ମକ ଆଭିମୁଖ୍ୟ,ରାଜ୍ୟର ଗ୍ରାମାଚଂଳରେ ବ୍ୟାଙ୍କିଙ୍ଗ ସୁବିଧା ସୃଷ୍ଟିରେ ଅବହେଳା, ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ, ଓଡିଶା କୋଷ୍ଟାଲ ହାଇୱେ ପାଇଁ ଚାଲିଥିବା ଦୀର୍ଘଦିନର ଦାବି ପ୍ରତି କେନ୍ଦ୍ରର ଅବହେଳା, ପାରାଦୀପସ୍ଥିତ ଆଇ.ଓ.ସି.ଏଲ.ରେ କେନ୍ଦ୍ରାପଡା ଜିଲ୍ଲାର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ନମିଳିବା, ମିଶନଶକ୍ତି ମହିଳାଙ୍କ ପାଇଁ ନୂଆ ଦିଶା, ସ୍ୱାମୀନାଥନ କମିଟିଙ୍କ ସୁପାରିସ ମୁତାବକ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ,ସରକାରୀ ହାଇସ୍କୁଲର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିଅରିଂ ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ, ମେଗାଜଳଯୋଗାଣ ପ୍ରକଳ୍ପରେ ଜିଲ୍ଲାର ସବୁ ବ୍ଲକକୁ ସାମିଲ କରାଯିବା, ଜିଲ୍ଲାରେ ଶିଳ୍ପାୟନ ଓ ପର୍ଯ୍ୟଟନ ଭିତ୍ତିଭୂମୀର ବିକାଶ ଓ କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା କରିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ଏହି କାର୍ଯ୍ୟକାରିଣୀ ବୈଠକରେ ଗୃହିତ ହୋଇଥିଲା । ଏହି ବୈଠକରେ ଦେବଦାସ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ରାଜୀ ବିଜେଡି ୍ଯୁଗ୍ମସମ୍ପାଦକ ରାଜେଶ ପଣ୍ଡା, ବିଜୟ ପତି, ରଞ୍ଜିତ ସାହୁ, ଦୁର୍ଗାଶିଷ ମହାନ୍ତି, ଦେବାଶିଷ କୁବେର, ରାଜେଶ ଦାସ, ଧିରେନ ସାହୁ, ରୋସ୍ନା ସାହୁ, ସେକ ଲିୟାକତ ଅଲ୍ଲୀ, ତମସା ପାତ୍ର, ଯଯାତିକେଶରୀ ମହାନ୍ତି, ହିରଣ୍ୟ ପଣ୍ଡା, କାଳି ପ୍ରସାଦ ମିଶ୍ର, ସେକ ମହମ୍ମଦ ଇନାୟତ,ଆଲୋକ ସାହୁ,ପ୍ରଦୀପ ସାହୁ,ରଞ୍ଜନ ସାହୁ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟସଭ୍ୟା, ସମସ୍ତ ବ୍ଲକ ଅଧ୍ୟକ୍ଷ,ଅଧ୍ୟକ୍ଷା, ସମସ୍ତ ଜିଲ୍ଲା ବିଜେଡିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ଶେଷରେ ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ ଧନ୍ୟବାଦ ଅର୍ପଣ କରିଥିଲେ ।


