କେନ୍ଦ୍ରାପଡା ବିଡିଓଙ୍କ ଧୂମାତ ପଂଚାୟତ ପରିଦର୍ଶନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକର ନୂତନ ବିଡିଓ ଅଶ୍ୱିନୀ କୁମାର ଦାସ ବୁଧବାର ଧୂମାତ ଗ୍ରାମପଂଚାୟତକୁ ପରିଦର୍ଶନରେ ଯାଇ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ଧୂମାତ ପଂଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଯଥା ମନରେଗା, ଗ୍ରାମୀଣ ଆବାସ ଯୋଜନା, ଆମ ଗାଁ ଆମ ବିକାଶ, ଅଙ୍ଗନୱାଡି କେନ୍ଦ୍ର ଗୃହ, ସିଏଫ.ସି. ଓ ଏସ.ଏଫ.ସି. ଯୋଜନାର ପ୍ରକଳ୍ପ ଗୁଡିକ ବୁଲି ଦେଖିଥିଲେ । ଏଥିସହିତ ପଂଚାୟତର ୱାର୍ଡ ସଭ୍ୟ/ସଭ୍ୟା ଓ ପଂଚାୟତବାସୀଙ୍କ ଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ପଂଚାୟତର ସରପଂଚ ନରହରି ପାଣି ବିଡିଓ ଶ୍ରୀ ଦାସଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ । ବିଡିଓ ଶ୍ରୀ ଦାସଙ୍କ ପରିଦର୍ଶନ ସମୟରେ ବ୍ଲକର ସହକାରୀ ଯନ୍ତ୍ରୀ ଆକୁଳି ଚରଣ ସାହୁ, କନିଷ୍ଠ ଯନ୍ତ୍ରୀ ସ୍ୱରୁପ କୁମାର ଦାସ, ପଂଚାୟତ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।


