କେନ୍ଦ୍ରାପଡା ବିଧାୟକ କରୋନା ଆକ୍ରାନ୍ତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ଥିବା ସୂଚନା ମିଳିଛି । ଗତ ତିନି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ତୁରନ୍ତ କରୋନା ପରୀକ୍ଷା କରାଇନେବାକୁ ବିଧାୟକ ଶ୍ରୀ ବେହେରା ନିବେଦନ କରିଛନ୍ତି । ପୂର୍ବରୁ ମଧ୍ୟ ବିଧାୟକ ଶ୍ରୀ ବେହେରା କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ସମ୍ପାଦକ ରଞ୍ଜିତ ସାହୁ, ମହେନ୍ଦ୍ର ମିଶ୍ର, କାଳି ପ୍ରସାଦ ମିଶ୍ର, ହିରଣ୍ୟ ପଣ୍ଡା, ବିଜୟ ପତି, ମଙ୍ଗଳବରଣ ସିଂ, ଯଯାତି କେଶରୀ ମହାନ୍ତି, ଶକ୍ତିକାନ୍ତ ପାତ୍ର, ଦେବଦାସ ମହାନ୍ତି, ସଞ୍ଜୟ କୁମାର ଜେନା, ମାନସ ସେଠୀ ପ୍ରମୁଖ ବିଧାୟକ ଶ୍ରୀ ବେହେରାଙ୍କ ଆଶୁ ଆରୋଗ୍ୟକାମନା କରି ପ୍ରଭୁ ଶ୍ରୀସିଦ୍ଧ ବଳଦେବଜୀଉଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ