କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ବନ୍ୟାଂଚଳ ପରିଦର୍ଶନ ଓ ରିଲିଫ ବଂଟନ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଘାଘରା ପଂଚାୟତର ଫ୍ୱାର୍ଡ ନମ୍ବର ୨.୩ ଓ ୪କୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଗୁରୁବାର ପରିଦର୍ଶନରେ ଯାଇ ଘର ଘର ବୁଲି ବନ୍ୟାବିପନ୍ନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଆଗାମି ଦିନରେ ରାସ୍ତା ଓ ପାନୀୟ ଜଳର ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ । ଏଥିସହିତ ବିପନ୍ନଙ୍କୁ ବିସ୍କୁଟ ଓ ପିଇବା ପାଣି ବଂଟନ କରିଥିଲେ । ବିଧାୟକ ଶ୍ରୀ ବେହେରାଙ୍କ ସହିତ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ବିଡିଓ ସୁଧିର କୁମାର ସିଂ, ସହକାରୀ ବିଡିଓ ଅନିରୁଦ୍ଧ ବେହେରା, ସରପଂଚ ରବିନ୍ଦ୍ର ମଳିକ, ସମିତିସଭ୍ୟା ମମତା ମଳିକ, ଯୁବ ସଭାପତି ରାଜେଶ ପଣ୍ଡା, ସମିତିସଭ୍ୟ ହେମନ୍ତ କୁମାର ବିଶ୍ୱାଳ, ସନ୍ତୋଷ ବେହେରା, ଘାଘରା ସଭାପତି ଯୁଧିଷ୍ଟିର ପରିଡା, ବଳରାମ ପରିଡା, ବାସୁଦେବ ମଳିକ, ସୁବାଷ ପରିଡା, ଭୁପିନ୍ଦ୍ର ପରିଡା, ସଙ୍ଗମ କେଶରୀ ସାମଲ, ଭାଗବତ ମଳିକ, ସୁଦାମ ମଳିକ, ସୁଶାନ୍ତ ଦାସ ପ୍ରମୁଖ ବନ୍ୟାଚଂଳ ପରିଦର୍ଶନରେ ଯାଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ବନ୍ୟା ବିପନ୍ନ ପରିବାରଙ୍କୁ ୫ଶହ ଟଙ୍କା ଓ ୫୦କିଲୋ ଚାଉଳ ପ୍ରତ୍ୟେକ ବନ୍ୟା ବିପନ୍ନ ପରିବାରକୁ ପ୍ରଦାନ କରାଯାଇଥିଲା ।