କେନ୍ଦ୍ରାପଡା ବୋଇତ ବନ୍ଦାଣ ସମିତିର ୫୧ବର୍ଷ ସ୍ୱନକ୍ଷତ୍ର ଦିବସ
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ୫୧ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରାପଡା ବୋଇତ ବନ୍ଦାଣ ସମିତି ଆନୁକୁଲ୍ୟରେ ସ୍ୱନକ୍ଷତ୍ର ଦିବସ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସନ୍ଧ୍ୟାରେ କେନ୍ଦ୍ରାପଡା ଟାଉନହଲରେ ସମିତିର ମୁଖ୍ୟ ଉପଦେଷ୍ଟା ପ୍ରଦୀପ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଐତିହ୍ୟ ସଂପନ୍ନ କେନ୍ଦ୍ରାପଡା ଜିଲ୍ଲାର ସଂସ୍କୃତି ମହାନ ଓ ଏହି ଜିଲ୍ଲାର କାରିଗରମାନେ ଅତୀତରେ ଚିତାର୍କଷକ ଶାଢୀ ସମେତ ଅନ୍ୟାନ୍ୟ ଦ୍ରବ୍ୟ ବୋଇତ ଦ୍ୱାରା ବିଦେଶକୁ ପଠାଉଥିଲେ । ସେହି ସ୍ମୃତିକୁ ୫୧ବର୍ଷଧରି କେନ୍ଦ୍ରାପଡା ବୋଇତ ବନ୍ଦାଣ ସମିିତି ପାଳନ କରି ଆସିବା ଗୌରବର ବିଷୟ ବୋଲି ସେ କହିବା ସହିତ ସାଂସ୍କୃତିକ ଚେତନାର ବିକାଶ ବିନା ବାସ୍ତବ ବିକାଶ ଅସମ୍ଭବ ବୋଲି କହିଥିଲେ । ସମିତିର ସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ସମ୍ମାନିତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ସ୍ତମ୍ବକାର ଶ୍ରୀରାମ ଦାଶ,ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଅଜୟ କୁମାର ରାଉତ ଯୋଗଦେଇ ଏହି ଉତ୍ସବ ପାଳନ ଦ୍ୱାରା ଆମର ଐତିହ୍ୟ ପୂର୍ଣ୍ଣ ସୂର୍ଣ୍ଣିମ ଇତିହାସକୁ ଅବଲୋକନ କରି ଆଗାମୀ ପିଢୀଙ୍କ ମଧ୍ୟରେ ଚେତନା ଜାଗ୍ରତ କରାଇବା ଉଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଗୋଲଖ ପଢିହାରୀ ଅତିଥି ପରିଚୟ ପ୍ରଦାନ କରିଥରବା ବେଳେ ଉପଦେଷ୍ଟା ପ୍ରଫୁଲ୍ଲ ଦାସ ସ୍ୱାଗତ ଭାଷଣ ଓ ସମିତିର ସମ୍ପାଦକ ସଂଜୟ ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । । ଏହି ଅବସରରେ କେନ୍ଦ୍ରାପଡା ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କୁ ବଳଦେବଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବା ସହିତ ସ୍ତ୍ରୀ ଓ ପ୍ରସୁତି ବିଭାଗ ଡାକ୍ତର ସୁଧିର କୁମାର ବ୍ରହ୍ମା, ପ୍ରଫେସର ଅଜୟ କୁମାର ରାଉତ, ଶିକ୍ଷୟତ୍ରୀ ପ୍ରଭାତୀ ଧଳ, ସୁଶ୍ରୀ ଲିପସା ଦାସ, ତାରାତାରେଣି ଟିଭି ସିରିଏଲର କୁନି କଳାକାର ଏସ.ତନ୍ମୟ , ଗାୟକ ଭୂଷଣ ଗୋପବନ୍ଧୁ ନାଥ, ସମାଜସେବୀ ଶ୍ରୀକାନ୍ତ ନାୟକ ପ୍ରମୁଖଙ୍କୁ ସମାଜକୁ ସେମାନଙ୍କର ବିଶେଷ ଅବଦାନ ପାଇଁ ମାନପତ୍ର, ଉପଢୋକନ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ କେନ୍ଦ୍ରାପଡାର ବିଶିଷ୍ଟ ବ୍ୟକ୍ତି ସୂର୍ଗତ ମହେଶ କରଙ୍କ ସ୍ମୃତିସମ୍ମାନରେ ସମ୍ମାନୀତ କରାଯାଇଥିଲା । ସାଂସ୍କୃତିକ ସମ୍ପାଦକ ମୁକ୍ତାର ଖାଁ ଧନ୍ୟବାଦ ଅର୍ପଣ କରିଥିଲେ । କଳାକାର ତୁଷାର ବୋଷ,ଗୀତିକବି ସୁବାଷ ପାତ୍ର,ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ରାମଚରିତମାନସ ପ୍ରବକ୍ତା ସୁବାଷ ପଣ୍ଡା ପ୍ରମୁଖଙ୍କୁ ମୀନକେତନ ଦାସ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ପୈାରସଂସ୍ଥା ପରିଚାଳିତ ଦୃଷ୍ଟି ବାଧିତ ବିଦ୍ୟାଳୟର ୨ଛାତ୍ରଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯିବା ସହ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଏହି ଉପଲକ୍ଷେ ସକାଳ ୮ଟାରେ ମହାଭୋଇ ପୋଖରୀରେ ସାଧବ ସାଧବାଣୀଙ୍କୁ ନେଇ ବୋଇତ ବନ୍ଦାଣ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ ଏହାକୁ ଉଦ୍ଘାଟନ କରିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଡା.ଅଲେଖ ଚନ୍ଦ୍ର ଦାସ, ଡା. ବିଶ୍ୱପ୍ରକାଶ କାନୁନଗୋ,ଭଜକୃଷ୍ଣ ରାଉତ, ନାରାୟଣ ସାହୁ , ସୁଶିଲ ସାମଲ ପ୍ରମୁଖ ଯୋଗ ଦେଇଥିଲେ । କମଳାକାନ୍ତ ବେହେରା, ମହମ୍ମଦ ଆକବର ଅଲ୍ଲୀ, ସୟଦ ଅବଦୁଲ ସତାର, ପ୍ରମୋଦ ମହାପାତ୍ର, ବିନିରାଣୀ ଖଟୁଆ, ରବିନ୍ଦ୍ର ନାଥ ରଥ, ଶେଷଦେବ ଦାସ, ସୁଶ୍ରୀ ସସ୍ମିତା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।