କେନ୍ଦ୍ରାପଡା ବ୍ଲକକୁ ଆଜିସୁଦ୍ଧା ୨୩୨ ପ୍ରବାସୀ ଓଡିଆ ଆସିଛନ୍ତି

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ବ୍ଲକର ବିଭିନ୍ନ ଗ୍ରାମପଂଚାୟତକୁ ଆଜି ସୁଦ୍ଧା ୨୩୨ଜଣ ପ୍ରବାସୀ ଓଡିଆ ଆସିଥିବା ବିଡିଓ ସୁଧିର କୁମାର ସିଂ ସୂଚନା ଦେଇଛନ୍ତି । ଗତ ୩ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଗୁଜୁରାଟର ସୁରଟ, ହାଇଦ୍ରାବାଦ, କର୍ଣ୍ଣାଟକର ବାଙ୍ଗାଲୋର ଓ ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ ଏହି ପ୍ରବାସୀ ଓଡିଆମାନେ କେନ୍ଦ୍ରାପଡା ବ୍ଲକ ଅଂଚଳକୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଆୟବା ପଂଚାୟତକୁ ୧୫ଜଣ ଆସିଥିବା ବେଳେ ବଗଡାକୁ ଜଣେ , ବାରୋକୁ ୨୨ଜଣ, ଭାଗବତପୁରକୁ ଜଣେ, ଚକ୍ରୋଡାକୁ ଜଣେ, ଚନ୍ଦନପୁରକୁ ୨୧ଜଣ, ଚାରିଗାଁକୁ ୧୦ଜଣ, ଢୋଲକୁ ୧୬ଜଣ, ଧୂମାତକୁ ୩ଜଣ, ଗାଙ୍ଗପଡାକୁ ଜଣେ, ଘାଘରାକୁ ୨ଜଣ, ଗୁଲନଗରକୁ ଜଣେ, ଇନ୍ଦୁପୁରକୁ ୨ଜଣ, ଜମଧରକୁ ଜଣେ, କଳପଡାକୁ ୩ଜଣ, କଂସାରକୁ ୯ଜଣ, କପାଳେଶ୍ୱରକୁ ୫୯ଜଣ, କୋରୋକୁ ୪ଜଣ, କୁତୁରଙ୍ଗକୁ ୪ଜଣ, ନିକିରାଇକୁ ୮ଜଣ, ଓସ୍ତପୁରକୁ ୨୫ଜଣ, ପଳସଂହାକୁ ଜଣେ, ପୁରୁଷୋତ୍ତମପୁରକୁ ୫ଜଣ, ସାନମାଣିତିଆକୁ ୮ଜଣ ଓ ଶ୍ୟାମସୁନ୍ଦରପୁର ପଂଚାୟତକୁ ୯ଜଣ ଆସି ପଂଚାୟତର ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି । ଗତ ୩ତାରିଖ ପୂର୍ବରୁ ୬ଜଣ ଆସିଥିବା ବେଳେ ୩ତାରିଖରେ ୨୬ଜଣ, ୪ତାରିଖରେ ୭୬ଜଣ, ୫ତାରିଖରେ ୭ଜଣ, ୬ତାରିଖରେ ୨୪ଜଣ, ୭ତାରିଖରେ ୨୮ଜଣ ଓ ଆଜି ୬୫ଜଣ ଆସିଥିବା ସୂଚନା ମିଳିଛି ।କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ପ୍ରବାସୀ ଓଡିଆମାନଙ୍କୁ ବିଭିନ୍ନ ପଂଚାୟତର ସଙ୍ଗରୋଧ କେନ୍ଦ୍ରକୁ ବିଡିଓ ଶ୍ରୀ ସିଂ ପଠାଇବାର ବ୍ୟବସ୍ଥା କରୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ