କେନ୍ଦ୍ରାପଡା ବ୍ଲକରେ ଅଙ୍ଗନୱାଡି କର୍ମୀଙ୍କୁ କୋଭିଡ -୧୯ ପ୍ରଶିକ୍ଷଣ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ପୂର୍ବାହ୍ନରେ କୋଭିଡ – ୧୯ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ବିଭିନ୍ନ ୱାର୍ଡର ଅଙ୍ଗନୱାଡି କେନ୍ଦ୍ରର କର୍ମୀମାନଙ୍କୁ କୋଭିଡ -୧୯ ସମ୍ପର୍କିତ ତାଲିମ ପ୍ରଦାନ କରାଯାଇଥିଲା । ଜରୁରୀ ଆବଶ୍ୟକତା ସମୟରେ ଅଙ୍ଗନୱାଡିକର୍ମୀ ଓ ଆଶାକର୍ମୀମାନେନିଜର ସୁରକ୍ଷା ସହିତ ଲୋକମାନଙ୍କୁ କିଭଳି ସଚେତନ ଓ ସୁରକ୍ଷା ଦିଆଯାଇପାରିବ ସେ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା.ବୀରେନ୍ଦ୍ର କୁମାର ଦାଶ ଏହି ଶିବିରରେ ପ୍ରଶିକ୍ଷକ ଭାବେ ଯୋଗଦେଇ ଅଙ୍ଗନୱାଡିକର୍ମୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ରବିବାର ଓ ସୋମବାର ଡାକ୍ତଖାନାର ଷ୍ଟଫନର୍ସମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଆସନ୍ତା ଗୁରୁବାର ମଧ୍ୟ ଅଙ୍ଗନୱାଡିକର୍ମୀ ଓ ଆଶାକର୍ମୀମାନଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ପ୍ରଶିକ୍ଷକ ଡା. ଦାଶ ସୂଚନା ଦେଇଛନ୍ତି । ଏହି ଶିବିରରେ କେନ୍ଦ୍ରାପଡା ବ୍ଲକ ବିଡିଓ ସୁଧିର କୁମାର ସ୍ୱାଇଁ , ଆଇସିଡିଏସର କ୍ଷେତ୍ରପରିଦର୍ଶିକା ସୁନିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ