କେନ୍ଦ୍ରାପଡା ବ୍ଲକରେ ଗାଁସାଥିମାନଙ୍କ ପାଇଁ ତାଲିମ ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପଞ୍ଚାୟତ ସମିତି କନଫରେନ୍ସ ହଲରେ ଗାଁ ସାଥି ବା ମେଟ୍ ମାନଙ୍କ ପାଇଁ ଏକ ରିଫ୍ରେସର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ବେହେରା ଉଦଘାଟନ କରି ଗାଁର ବିକାଶ ହେଲେ ଜନସାଧାରଣଙ୍କ ବିକାଶ ସମ୍ଭବ ହୋଇପାରିବ ବୋଲି କହିବା ସହିତ ଗାଁସାଥିମାନେ ଗାଁର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ସହକାରୀ ପ୍ରୋଗ୍ରାମ ଅଫିସର ସତ୍ୟରଞ୍ଜନ ସୁଆର ଯୋଗଦେଇ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ମହାତ୍ମାଗାନ୍ଧି ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧିନରେ ଗାଁସାଥିମାନେ କିଭଳି “ନ୍ୟାସନାଲ ମୋବାଇଲ ମନିଟରିଂ ସିଷ୍ଟମ”ରେ ଅନଲାଇନ ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତର ପ୍ରତ୍ୟେକ ପ୍ରକଳ୍ପ ନିମନ୍ତେ ମଷ୍ଟରରୋଲ ଜେନେରେଟ କରିବା, ସେହି ପ୍ରକଳ୍ପରେ କାର୍ଯ୍ୟରତ ଜବକାର୍ଡଧାରୀମାନଙ୍କ ସବିଶେଷ ବିବରଣୀ ମଷ୍ଟରରୋଲରେ ପୁରଣ କରିବା, ମନରେଗାରେ ହେଉଥିବା ପ୍ରକଳ୍ପ ଗୁଡିକର ସଫଳ ରୂପାୟନ ଏବଂ ଏନେଇ ବିଭିନ୍ନ ସମୟରେ ଉପୁଜୁଥିବା ସମସ୍ୟା ଗୁଡିକର ସମାଧାନ ଉପରେ ଉପସ୍ଥିତ ଗାଁସାଥିମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ଗାଁସାଥି ବା ମେଟମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଏହି ତାଲିମ ଶିବିରରେ ସହକାରୀ ଯନ୍ତ୍ରୀ ସୂର୍ଯ୍ୟସ୍ନାତା ପଲେଇ, ଗାଁସାଥି ସଙ୍ଘର ବ୍ଲକ ସଭାପତି ପ୍ରଶାନ୍ତ କୁମାର ଦାସ, ସମ୍ପାଦକ ବରଦାକାନ୍ତ ପାତ୍ର, କୁଞ୍ଜବିହାରୀ ପଣ୍ଡା, ମମତା ନାୟକ, ଲତିକା ସ୍ୱାଇଁ, ଗୀତା ରାଉତ, ଅଞ୍ଜଳି ପ୍ରଧାନ, ନଳିନୀପ୍ରଭା ସାହୁ, କୈଳାସ ଚନ୍ଦ୍ର ଜେନା, ଜୟନ୍ତୀ ନାୟକ, ରଘୁନାଥ ଦାସଙ୍କ ସମେତ ବିଭିନ୍ନ ପଞ୍ଚାୟତର ଗାଁସାଥି ଓ ଗ୍ରାମରୋଜଗାର ସେବକ(ଜି.ଆର.ଏସ.)ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ