କେନ୍ଦ୍ରାପଡା ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳଙ୍କ ଏକାଦଶାହରେ ଜିଲ୍ଲା ସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକର ପ୍ରକ୍ତନ ଅଧ୍ୟକ୍ଷ ସ୍ୱର୍ଗତ ଅନାମ ବନ୍ଧୁ ଧଳଙ୍କ ଜିଲ୍ଲା ସ୍ତରୀୟ ସୃତି ଶ୍ରଦ୍ଧାଞ୍ଜଳୀ ସଭା ତାଙ୍କ ଜନ୍ମ ମାଟି ଗାଙ୍ଗପଡା ପଞ୍ଚାୟତର ଶୋବଳା ଗ୍ରାମରେ ଏକାଦଶାହ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ବିଶିଷ୍ଠ ବକ୍ତାମାନେ ଯୋଗଦେଇ ସ୍ୱର୍ଗତ ଧଳଙ୍କ ସୃତି ଚାରଣକରିଥିଲେ । ଗାଙ୍ଗପଡା ପଞ୍ଚାୟତ ଅଫିସ ପରିସରରେ ସକାଳ ୯ଟାରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୫୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ପଞ୍ଚାୟତର ରାସ୍ତାକଡରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତା ଦଳ ବରିଷ୍ଠ ସଦସ୍ୟ ମାନେ ଏହି କାର୍ଯ୍ୟ କ୍ରମରେ ଉପସ୍ଥିତ ଥିଲେ । ରାଜନଗର ବିଧାୟକ ଧୃବ ସାହୁ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା , ଶିକ୍ଷାବିତ ଭଜକୃଷ୍ଣ ରାଉତ, ପ୍ରାଧ୍ୟପକ ଅଜୟ କୁମାର ସାମଲ ରାଜ୍ୟ ମହିଳା ସାମୁଖ୍ୟ ସଂପାଦିକା ଗୀତାଞ୍ଜଳୀ ସେଠୀ, ଶ୍ରମିକ ସାମୁଖ୍ୟର ସଂପାଦକ ଡଃ ଗଦାଧର ମଲିକ, ପ୍ରାଧ୍ୟପକ ଗିରିଶ ପାତ୍ର, ଆଳି ବ୍ଲକ ଅଧ୍ୟକ୍ଷ ଝରଣା ଦାସ, ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ, ଅଣ୍ଡରା ପୂର୍ବତନ ସରପଞ୍ଚ ପ୍ରଶନ କୁମାର ମଲ୍ଲିକ, ପୂର୍ବତନ ବ୍ଲକ ଅଧ୍ୟକ ଦୁର୍ଗାଶିଷ ମହାନ୍ତି, ପ୍ରଦିପ୍ତ ମହାନ୍ତି, ସ୍ନେହଲତା ତ୍ରିପାଠୀ, ସରୋଜକାନ୍ତ ପଣ୍ଡା, ଦେବାଶିଷ ଦାସ, ବିଜୟ କୁମାର ପରିଡା, ନାରୀ ନେତ୍ରୀ ଭକ୍ତିମୟୀ କର, ସମାଜ ସେବୀ ଇଂ ଭଗବାନ ବିଶ୍ୱାଳ, ରଶ୍ମିରଂଜନ ପଣ୍ଡା, ପଟ୍ଟାମୁଣ୍ଡାଇ ବ୍ଲକ ପୂର୍ବତନ ଅଧ୍ୟକ୍ଷ ନିଶିକାନ୍ତ ପ୍ରଧାନ, ମାନସ ସାମଲ, ଲକ୍ଷ୍ମୀ ନାରାୟଣ ପଣ୍ଡା, ବ୍ଲକ ଉପାଦକ୍ଷା ସ୍ନେହଲତା ପ୍ରଧାନ, ବିଜେପି ନେତ୍ରୀ କାନନ ବାଳା ଦାସ, ଯୁବନେତା ଦିଲିପ କୁମାର ରାଉତ, କଂସାର ସରପଞ୍ଚ ପ୍ରଦ୍ୟୁନ୍ନ କୁମାର ଜେନା, ଯୁବନେତା ଭଗବାନ ସେଠୀ, ଅଧ୍ୟାପକ ଶ୍ରୀଧର ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଦୀପକ ବେହେରା ଯାଦବ, ବିଜେଡି ଛାତ୍ର ନେତା ପ୍ରଦୀପ ସାହୁ, ବିଶ୍ୱରଂଜନ ଦାସ, ଶରତ ସାମଲ, ଅଜିତ ବନ୍ଧୁ ଧଳ, ଅଶିତ ବନ୍ଧୁ ଧଳ, ବିକି ପ୍ରଧାନ, ଚନ୍ଦ୍ରକାନ୍ତ ରାଉତ, ଦୀଲିପ କୁମାର ବିଶ୍ୱାଳ, ମନୋଜ ପାତ୍ର, ରାଜ୍ୟ ଯୁଗ୍ମ ସଂପାଦକ ରାଜେଶ ପଣ୍ଡା, ଶିବ ପ୍ରସାଦ ଭୋଳ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଧଳଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । କେନ୍ଦ୍ରାପଡା ବିଧାୟକ ଶଷୀଭୂଷଣ ବେହେରା ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ସଭାକୁ ସମ୍ଭୋଧନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ଧଳଙ୍କ ସୃତିରେ ଏକ ସ୍ମରଣିକା “ଅନ୍ୟନ୍ୟା ଅନାମ” ଙ୍କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ବାରୋର ଭାବଗ୍ରାହୀ କଳାନିକେତନର ସଂପାଦକ ବିମଳ ପ୍ରସାଦ ପରିଡାଙ୍କ ନିର୍ଦ୍ଦେଶନାରେ କଣ୍ଠଶିଳ୍ପିମାନେ ସଂଗିତ ପରିବେଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ