କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଦୁଇ ମହାରଥୀଙ୍କ ବିୟୋଗରେ ବୁଧବାର ସନ୍ଧ୍ୟାରେ ଏକ ଶୋକସଭା ସଂସଦର ସଭାପତି ଡଃ.ବାସୁଦେବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡାର ଗର୍ବ ଗୈାରବ ଅଲ ଇଣ୍ଡିଆ ରେଡିଓର ଅବସରପ୍ରାପ୍ତ ସଂଯୋଜକ ,ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ତଥା ଜିଲ୍ଲା ସାହିତ୍ୟ ସଂସଦରୁ କେନ୍ଦ୍ରାପଡା ଜିଲ୍ଲା ଗୈାରବ ଏବଂ ବଳଦେବଜୀଉ ପୁରସ୍କାର ପାଇଥିବା ଦିବଂଗତ ନଦିଆବିହାରୀ ମହାନ୍ତି ଏବଂ ଅନ୍ୟଜଣେ କେନ୍ଦ୍ରାପଡାର ଦିଗଜ ପୁରୁଷ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ବିୟୋଗରେ ଏକ ମିଳିତ ଶୋକସଭାରେ ପ୍ରଥମେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ୨ଜଣଙ୍କ ବିୟୋଗ କେନ୍ଦ୍ରାପଡା ପାଇଁ ଏକ ଅପୁରଣୀୟ ଶୁନ୍ୟସ୍ଥାନ ସୃଷ୍ଟିକରିଛି । ବିଶେଷ କରି ସୂର୍ଗତ ଧଳ ଜଣେ ସମାଜସେବୀ,ଲୋକପ୍ରୀୟ,ସାହିତ୍ୟପ୍ରେମୀ ରାଜନେତା ଥିଲେ । ସେ କେନ୍ଦ୍ରାପଡାର ପ୍ରତ୍ୟେକ ଅନୁଷ୍ଠାନ ସହିତ ଜଡିତ ଥିଲେ । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ, କୋଷାଧ୍ୟକ୍ଷ ପ୍ରକୃତିବନ୍ଧୁ ନୃସିଂହ ଚରଣ ତ୍ରିପାଠୀ, ସହସମ୍ପାଦକ କାର୍ତ୍ତିକ ଚରଣ ନାୟକ, ଶରତ ଚନ୍ଦ୍ର ରାଉତ, ଧିରେନ୍ଦ୍ର କୁମାର ଦାସ, ପାର୍ଥସାରଥୀ ବେହେରା, ସାୟୀସ୍ୱରୂପ ଦାସ, ସତ୍ୟପ୍ରୀୟ ଦାସ, ମନୋଜ କୁମାର ଦାସ, ସଞ୍ଜୟ କୁମାର ଜେନା, ମାଧବ ଚନ୍ଦ୍ର ଦାସ, ଆଇନଜୀବି ପ୍ରଦିପ କୁମାର ଦାଶ ପ୍ରମୁଖ ଯୋଗଦେଇ ମହାନଆତ୍ମାଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଉଭୟଙ୍କର ଦେହାନ୍ତ ହୋଇଥିଲେ ମଧ୍ୟ ସେ ୨ଜଣ ସମସ୍ତଙ୍କ ମନହୃଦୟରେ ଚିରଦିନ ବଂଚି ରହିଥିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ