କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ନଭେମ୍ବର ୬ରେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ବିୟୋଗ ପରେ ଖାଲି ପଡିଥିବା ଅଧ୍ୟକ୍ଷ ପଦ ନିମନ୍ତେ ଆସନ୍ତା ନଭେମ୍ବରମାସ ୬ତାରିଖରେ ଉପନିର୍ବାଚନ ହେବ ବୋଲି ବିଡିଓ ସୁଧିର କୁମାର ସିଂଙ୍କ ଠାରୁ ସୂଚନା ମିଳିଛି । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଠାରୁ ନିର୍ଦେଶ ମିଳିଥିବା ବିଡିଓ ଶ୍ରୀ ସିଂ କହିଛନ୍ତି । ଏହି ଉପନିର୍ବାଚନ ପାଇଁ ଚଳିତମାସ ୨୯ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ନଭେମ୍ବରମାସ ୬ତାରିଖରେ ମନୋନୟନପତ୍ର ଦାଖଲ ଏବଂ ଉପନିର୍ବାଚନ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ