କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନକୁ ନେଇ ରାଜନୈତିକ ଉସ୍ମତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ବିୟୋଗ ପରେ ଖାଲି ପଡିଥିବା ବ୍ଲକ ଅଧ୍ୟକ୍ଷ ପଦ ନିମନ୍ତେ ଆସନ୍ତା ୬ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନକୁ ନେଇ କେନ୍ଦ୍ରାପଡାରେ ରାଜନୈତିକ ଉସ୍ମତା ଦେଖାଦେଇଛି । ସେହି ଉପନିର୍ବାଚନରେ ବିଜେଡି ଦଳର ସମିତିସଭ୍ୟ ସଂଖ୍ୟା ଅଧିକ ଥିଲେବି ସରକାରୀ ଦଳ ପକ୍ଷରୁ ଜଣେ ବିବାଦୀୟ ସମତିସଭ୍ୟଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ଯାଉଥିବାରୁ ତାଙ୍କ ପ୍ରାର୍ଥୀତ୍ୱକୁ ବିଜେଡି ଦଳ ସମର୍ôଥତ ଅଧିକାଂଶ ସମିତି ସଭ୍ୟ/ସଭ୍ୟାମାନେ ବିରୋଧ କରୁଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି । ଅନ୍ୟ ପକ୍ଷରେ ବିରୋଧୀ କଂଗ୍ରେସ ଓ ବିଜେପି ଦଳର ସମର୍ଥନରେ ଜିତିଥିବା ସମିତିସଭ୍ୟ/ସଭ୍ୟାମାନେ ମଧ୍ୟ ସେହି ପ୍ରାର୍ଥୀଙ୍କ ପତ୍ନୀ ପୂର୍ବରୁ ବ୍ଲକ ଅଧ୍ୟକ୍ଷା ଥିବା ସମୟରେ ଅନେକ ଦୁର୍ନିତୀ ସହ ଜଡିତ ଥିବା ଏବଂ ବର୍ତ୍ତମାନ ଅଧ୍ୟକ୍ଷ ପ୍ରାର୍ଥୀ ପାଇଁ ମନବଳାଇଥିବା ତାଙ୍କ ସ୍ୱାମୀ ସେତେବେଳେ ନିଜେ କେତେକ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ଥାଇ ପ୍ରକଳ୍ପ କାର୍ଯ୍ୟ ନକରି ବ୍ଲକରୁ ବିଲ କରିନେଇଥିବା ଘଟଣା ଯୋଗୁଁ ସେହି ପ୍ରାର୍ଥୀଙ୍କୁ ବିରୋଧ କରି ତାଙ୍କ ବିରୋଧରେ ଯେକେହିବି ପ୍ରାର୍ଥୀ ହେଲେ ତାଙ୍କ ପ୍ରତି ସମର୍ଥନ ଦେବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ଅପରପକ୍ଷରେ ବିଜେଡି ଦଳର ସମର୍ଥିତ ୪ଜଣ ସମିତି ସଭ୍ୟ ସେମାନଙ୍କ ମଧ୍ୟରୁ ଜଣଙ୍କୁ ସର୍ବସମ୍ମତ ପ୍ରାର୍ଥୀ କରି ତାଙ୍କୁ ସମର୍ଥନ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ଭରତପୁର ପଂଚାୟତର ସମିତିସଭ୍ୟ ହେମନ୍ତ କୁମାର ବିଶ୍ୱାଳ ଏହି ଅବସରରେ କହିଛନ୍ତି ଯେ ତାଙ୍କର ଏହି ଲଢେଇ ହେଉଛି ଦୁର୍ନିତୀ ଖୋରଙ୍କ ବିରୋଧରେ ଦଳ ବିରୋଧରେ ନୁହେଁ । ବ୍ଲକ ଅଧ୍ୟକ୍ଷ ପଦ ହେଉଛି ସ୍ୱଛ ରାଜନୀତି ଓ ଜନତାଙ୍କ ସେବା ପାଇଁ ସରକାରୀ ଅନୁଦାନ ଅର୍ଥ ହଡପ କରିବାକୁ ନୁହେଁ । ଜଣେ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ସମିତିସଭ୍ୟଙ୍କୁ ଦଳ ପ୍ରାର୍ଥୀ କଲେ ସେ ସମର୍ଥନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି । ଏଭଳି ପରିସ୍ଥିତିରେ ସରକାରୀ ଦଳ ଜଣେ ସ୍ୱଛ ଓ ନିର୍ମଳ ଭାବମୂର୍ତ୍ତି ଥିବା ପ୍ରାର୍ଥୀ ବ୍ଲକ ଅଧ୍ୟକ୍ଷ ପଦ ନିମନ୍ତେ ସର୍ବସମ୍ମତ ଭାବେ ଚୟନ କରିବା ଉଚିତ ବୋଲି ସାଧାରଣରେ ଆଲୋଚନା ହେଉଛି ।