କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ଶିବପ୍ରସାଦ ନିର୍ବାଚିତ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ଆଜି ୨୧ଜଣ ସମିତିସଭ୍ୟ ଅଂଶଗ୍ରହଣ କରିଥିବା ବେଳେ ପଳସିଂହା ପଂଚାୟତର ସମିତିସଭ୍ୟ ଶିବ ପ୍ରସାଦ ଭଳ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଲଢୁଥିବା ଭରତପୁର ପଂଚାୟତର ସମିତିସଭ୍ୟ ହେମନ୍ତ କୁମାର ବିଶ୍ୱାଳ ୯ଟି ଭୋଟ ପାଇ ପରାଜୟ ବରଣ କରିଛନ୍ତି । ଗୋଟିଏ ଭୋଟ ନାକଚ ହୋଇଯାଇଛି । ଉଭୟ ବିଜେଡି ଦଳର ସମର୍ଥୀତ ସମିତିସଭ୍ୟ ଅଟନ୍ତି । ୫ଜଣ ସମିତିସଭ୍ୟ/ସଭ୍ୟାଙ୍କୁ ଜାଣିଶୁଣି ଭୋଟଗ୍ରହଣ କେନ୍ଦ୍ରରେ ବିଳମ୍ବରେ ଅର୍ଥାତ ଅପରାହ୍ନ ୨ଟା ୧୩ମିନିଟ ସମୟରେ ପହଁଚାଇବାରୁ ସେମାନେ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିପାରିନଥିଲେ । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା, ପୁରୁଷୋତ୍ତମପୁର, ଇନ୍ଦୁପୁର, କୋରୋ ଓ ଜମଧର ପଂଚାୟତର ସମିତିସଭ୍ୟାମାନଙ୍କୁ ଗତ ଅକ୍ଟୋବରମାସ ୧୭ତାରିଖରୁ ସେମାନଙ୍କ ଘରୁ ନିଆଯାଇ ଭୂବନେଶ୍ୱର, ପୁରୀ ପ୍ରଭୃତି ସ୍ଥାନରେ ରଖାଯାଇଥିବା ବେଳେ ଆଜି ସକାଳୁ ସେମାନଙ୍କୁ କେନ୍ଦ୍ରାପଡା ସହରକୁ ଅଣାଯାଇ ଦଳୀୟ କାର୍ଯ୍ୟାଳୟରେ ତାଲା ପକାଇ ରଖାଯାଇଥିଲା । ଏମିତିକି ଜଣେ ସମିତିସଭ୍ୟାଙ୍କୁ ମାଡମରା ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ସେମାନଙ୍କୁ ଧମକଚମକ ଦିଆଯାଇ ଗୋଟିଏ ଘରେ ତାଲା ପକାଇ ରଖାଯାଇଥିବା ବେଳେ ଜାଣିଶୁଣି ସେମାନଙ୍କୁ ଭୋଟଦାନ ସମୟ ଅତିବାହିତ ହୋଇଯିବା ପରେ ବ୍ଲକ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଏଭଳି ଜାଣିଶୁଣ ି ସେମାନଙ୍କୁ ସେମାନଙ୍କର ଭୋଟଦାନ ଅଧିକାରରୁ ବଂଚିତ କରାଯିବା ଦ୍ୱାରା ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି ଅଭିଯୋଗ ହୋଇଛି । ସେହି ୫ଜଣ ସମିତିସଭ୍ୟାଙ୍କୁ ଭୋଟ ଦେବାର ସୁଯୋଗ ପ୍ରଦାନ କରାଯାଇଥିଲେ ହୁଏତ ପାଲା ଓଲଟପାଲଟ ହୋଇଯାଇଥାନ୍ତା ବୋଲି ଭୟକରି ଏଭଳି କରାଯାଇଛି ବୋଲି ଶୁଣିବାକୁ ମିଳୁଛି । ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କୁ ଡରି ଏହି ସମିତିସଭ୍ୟାମାନଙ୍କୁ ଭୋଟଦାନ ଅଧିକାରରୁ ବଂଚିତ କରାଯାଇଥିବା ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ